ରମ୍ଭା/ବ୍ରହ୍ମପୁର :ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ସହରସ୍ଥିତ ଗାୟତ୍ରୀ ଶକ୍ତି ପୀଠର ଷଡ଼ତ୍ରିନଶତିତମ ପ୍ରତିଷ୍ଠା ଦିବସରେ ଏହାର ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।ଅଖିଳ ଵିଶ୍ଵ ଗାୟତ୍ରୀ ପରିବାର ଵିଶ୍ଵ ଗଙ୍ଗା ଅଭିଯାନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠି ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ରଶ୍ମିତା ଜେନା,ପ୍ରାକ୍ତନ ନଗରପାଳ ସୁବାସ ଚନ୍ଦ୍ର ପଣ୍ଡା, ଗୋ କଲ୍ୟାଣ ସମିତିର ସଭାପତି ଟି ରାମ ମୂର୍ତ୍ତି ସୁବୁଦ୍ଧି, କଳିଙ୍ଗ ବୈଶ୍ୟ ମହିଳା ସଙ୍ଘର ସଭାପତି, ସ୍ନେହଲତା ସୁବୁଦ୍ଧି,ଟ୍ରଷ୍ଟି ରୂପଶ୍ରୀ ସେନାପତି,ଯୋଗଗୁରୁ ରବିନ୍ଦ୍ର ବେହେରା, ଭୀମସେନ ବେହେରା ପ୍ରମୁଖ ଯୋଗଦେଇ ପ୍ରକୃତି ଓ ପରିବେଶର ସୁରକ୍ଷା ତଥା ଦୈନନ୍ଦିନ ଜୀବନରେ ଔଷଧୀୟ ବୃକ୍ଷର ଚାହିଦା ପୂରଣ ନିମନ୍ତେ ଅର୍ଜୁନ, ଅଶୋକ, ଅଁଳା ଇତ୍ୟାଦି ଚାରା ଶକ୍ତି ପୀଠ ପରିସରରେ ରୋପଣ କରିଥିଲେ।।
ଵିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପ୍ରକୃତିପ୍ରେମୀ ପଞ୍ଚାନନ ଖଟୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ରବି ନାରାୟଣ ସେନାପତି,ଝଡ଼ିଆ ନାହାକ, ଉମାକାନ୍ତ ସାହୁ,ସୁଶାନ୍ତ ସେନାପତି ,ରଞ୍ଜନ ତରେଇ ଓ ନାରାୟଣ ବାରିକ ପ୍ରମୁଖ ସହଯୋଗ କରିଥିଲେ।ଶକ୍ତିପୀଠର ପ୍ରତିଷ୍ଠା ଦିବସରେ ଗାୟତ୍ରୀ ପରିଜନଙ୍କର ଏଭଳି ପ୍ରୟାସକୁ ଗୌରାଙ୍ଗପାଟଣା ଶାଖା ସଂଯୋଜକ ପ୍ରକୃତି ବନ୍ଧୁ ଶେଷଦେବ ବେହେରା ଭୁରି ଭୁରି ପ୍ରଶଂସା କରିଥିବାବେଳେ ଦକ୍ଷିଣ ପୂର୍ବ ଉପଜୋନ ସଂଯୋଜକ ବୃନ୍ଦାବନ ମିଶ୍ର ପ୍ରତିଷ୍ଠା ଦିବସର ସଫଳତା କାମନା କରିଛନ୍ତି।
Report – ପ୍ରଫୁଲ୍ଲ ସାବତ
Related Stories
November 24, 2024