ବିଜେଡି ବିଧାୟକ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକ ଶୂନ୍ୟକାଳରେ କହିଥିଲେ ଯେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଭିତର କନିକାର ସୀମା ପୁନଃ ନିର୍ଧାରଣ କରିବାକୁ ଯାଉଛନ୍ତି । ସେଥିରେ ରାଜନଗର , ମହାକାଳପଡା, ଆଳିର କେତେକ ପଂଚାୟତକୁ ସାମିଲ କରିବାକୁ ଯାଉଛନ୍ତି । ଏ ସମ୍ପର୍କରେ ଲୋକ ପ୍ରତିନିଧି ମାନଙ୍କ ସହ କୌଣସି ଆଲୋଚନା କରା ଯାଇ ନାହିଁ । ଜଙ୍ଗଲ ବିଭାଗ ଦ୍ୱାରା ସୀମା ପୁନଃ ନିର୍ଧାରଣ ପ୍ରକ୍ରିୟାକୁ ସ୍ଥଗିତ ରଖି ଲୋକ ପ୍ରତିନିଧି ମାନଙ୍କ ସହ ଆଲୋଚନା ପରେ ଏହାର ନିର୍ଧାରଣ ପ୍ରକ୍ରିୟା କରିବାକୁ ଜଙ୍ଗଲ ବିଭାଗକୁ ନିର୍ଦେଶ ଦେବା ପାଇଁ ସେମାନେ ଦାବି କରିଛନ୍ତି ।
ବିଧାୟକ ମାନଙ୍କ ଦାବିକୁ ବିଚାରକୁ ନେଇ ବାଚସ୍ପତି ଏହି ଦିଗରେ ଜଙ୍ଗଲ ବିଭାଗ ଲୋକ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିବାକୁ ନିର୍ଦେଶ ଦେଇଥିଲେ ।