କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଗତ ଦଶହରା ଠାରୁ ମହାପ୍ରଭୁଙ୍କର ଏହି ମନୋରମ ବେଶ ପାଇଁ ପ୍ରସ୍ତୁତ ଚାଲିଛି |ଦୀର୍ଘ ୧ ମାସରୁ ଉର୍ଦ୍ଧ ସମୟ ଦେଇ ଶିଳ୍ପୀମାନେ ଏହି ବେଶ ପ୍ରସ୍ତୁତ କରୁଥିବା ବେଳେ ମାତ୍ର ୬ ଦିନର ପରିଶ୍ରମରେ ଜଣେ ଯୁବକ ସମ୍ପ୍ରତି ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ପ୍ରତିରୂପ ସୃଷ୍ଟି କରିଛନ୍ତି ଦିଆସିଲି କାଠିରେ |ସୁନ୍ଦର ଭାବେ ଦିଆସିଲି କାଠିରେ ମହାପ୍ରଭୁଙ୍କ ପଦ୍ମମୁଖ, ବଳିଆର ଭୁଜ, ନାଗା ହାଣ୍ଡିଆ, ନାଗା ଫୁଲ, ନାଗା ତାଟି ପ୍ରସ୍ତୁତ କରିଛନ୍ତି |ଏହି ଯୁବ ଶିଳ୍ପୀଙ୍କ ହସ୍ତର କଳା କୁଶଳତାରେ ରୂପ ପାଇଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ |ଏହି କଳାକୃତି ବେଶ ଆକର୍ଷଣୀୟ ହୋଇପାରିଛି |ଦିଆସିଲି କାଠିରେ ମହାପ୍ରଭୁଙ୍କ ପ୍ରତିରୂପ ପ୍ରସ୍ତୁତ କରିଛନ୍ତି ୨୫ ବର୍ଷର ଯୁବକ ସାଗର କୁମାର ବେହେରା |ତାଙ୍କର ଘର ହରଚଣ୍ଡୀ ସାହି ଲୋକନାଥ ରୋଡ |ଶ୍ରୀ ବେହେରା ଆଦୌ ଜଣେ ଶିଳ୍ପୀ ନୁହନ୍ତି |କେବଳ ଭକ୍ତିର ଭାବନା ତାଙ୍କ ଅନ୍ତରଆତ୍ମାରେ ଜାଗ୍ରତ ହୋଇଥିବାରୁ ସେ ମହାପ୍ରଭୁଙ୍କୁ ଏହି ବେଶରେ ନିଆରା ରୂପରେ ସଜାଇଛନ୍ତି ବୋଲି ପ୍ରକାଶ କରିଥିଲେ |
ଏଭଳି କଳାକୃତି ତିଆରି କରିବା ପାଇଁ ସେ କାହିଁକି ପ୍ରବୃତ୍ତ ହେଲେ ସେ ବିଷୟରେ ଶିଳ୍ପୀ ଶ୍ରୀ ବେହେରା କୁହନ୍ତି ମୁଁ ପ୍ରତିଦିନ ଶ୍ରୀମନ୍ଦିରକୁ ଯାଏ । ମହାପ୍ରଭୁଙ୍କୁ ଦର୍ଶନ କରେ । ମାତ୍ର ଏବେ କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ଆମେ ମନ୍ଦିରକୁ ପ୍ରବେଶ କରିପାରୁନାହିଁ । ଚଳିତବର୍ଷ ଆସନ୍ତା ୨୭ତାରିଖରେ ହେବାକୁ ଥିବା ନାଗାର୍ଜୁନ ବେଶ ଆମେ ଦେଖିପାରିବୁ ନାହିଁ । ତେଣୁ ମହାପ୍ରଭୁଙ୍କ ବେଶ ନିଆରା ଢଙ୍ଗରେ ପ୍ରସ୍ତୁତ କରିବା ପାଇଁ ମୋର ମନ ଚାହିଁଲା । ମୁଁ ବ୍ୟବସାୟ କରେ । ସେଥିରୁ ସମୟ ବାହାର କରି ୨୫୦ ପେଡ଼ି ଦିଆସିଲି କାଠି ବ୍ୟବହାର କରି ମୁଁ ଏହି ମନୋରମ ବେଶ ପ୍ରସ୍ତୁତ କରିଛି । ମହାପ୍ରଭୁ ହାତରେ ଶଙ୍ଖ ଚକ୍ର ଧାରଣ କରିଥିବା ବେଳେ ଛାତିରେ ଝୁଲୁଛି ଓରମାଳ । ମୁଣ୍ଡରେ ରହିଛି ହାଣ୍ଡିଆ । ପଛରେ ନାଗା ତାଟି । ମୁଁ ଗତ ରଥଯାତ୍ରା ସମୟରେ ମଧ୍ୟ ରଙ୍ଗ ତୁଳୀରେ ପ୍ରସ୍ତୁତ କରିଥିଲି ତିନି ରଥର ପ୍ରତିଛବି । ମୁଁ ପ୍ରତିପାଦିତ କରିବାକୁ ଚାହେଁ ସେ ଦିଆସିଲି କେବଳ ଜଳାଇବା ପାଇଁ ଉଦ୍ଦିଷ୍ଟ ନୁହେଁ । ଦିଆସିଲି କାଠିରେ ଭଲ ଭଲ ଜିନିଷ ମଧ୍ୟ ପ୍ରସ୍ତୁତ କରିହେବ । ଏହିଭଳି ଆଗକୁ ଅନେକ କିଛି ଜିନିଷ ପ୍ରସ୍ତୁତ କରିବାର ମୋର ଇଚ୍ଛାଶକ୍ତି ରହିଛି ।
Related Stories
November 23, 2024