କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସର୍ବସାଧାରଣଙ୍କ ଭିଡ ହେବା ଆଶଙ୍କା କରି ଏବଂ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଅର୍ଥାତ ତା ୨୭.୧୧.୨୦୨୦ ରିଖ ପ୍ରାତଃ ୨ ଘଟିକା ଠାରୁ ବେଶ ଓଲାଗି ପର୍ଯ୍ୟନ୍ତ ମର୍ଚ୍ଚିକୋଟ ଛକ, ଜହ୍ନିମୁଣ୍ତିଆ ଛକ, କାକୁଡିଖାଇ, ଧାନକୁଟି ସାହି (ରଘୁନାଥ ଆଶ୍ରମ ନିକଟସ୍ଥ ), ଗାଣ୍ତୁଆ ଚଉରା ଛକ, ଗଡନ୍ତି ଛକ, ଦୋଳବେଦି କୋଣଠାରେ ୧୪୪ ଧାରା ଜାରି କରାଯାଇଛି । କେବଳ ନିର୍ଦ୍ଧିଷ୍ଟ ସେବାୟତ, ସରକାରୀ ଅଧିକାରୀ ଓ କର୍ମଚାରୀ, ଜେଟିପିଙ୍କୁ ଉକ୍ତ ଅଞ୍ଚଳରେ ପ୍ରବେଶ ବ୍ୟତୀତ ଅନ୍ୟ କାହାରି ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ
କରୋନ ମହାମାରି ଯୋଗୁଁ ପତିତପାବନଙ୍କ ଦର୍ଶନ ନେଇ
କଟକଣା ଜାରି କରାଯାଇଛି । ପୁରୀ ସହର ଅତିରିକ୍ତ ସୁରକ୍ଷା
ପାଇଁ ୨ ASP, ୭ DSP ୧୯ SI, ୭୭ ASI ନିଯୁକ୍ତ କରାଯିବା
ସହ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।