କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ବୁଧବାର କାର୍ତ୍ତିକ ଶୁକ୍ଳ ଏକାଦଶୀ (ବଡ଼) ତିଥି ପଞ୍ଚୁକ ର ପ୍ରଥମ ଦିବସରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କର ଠିଆକିଆ ବେଶ ବା ଲକ୍ଷ୍ମୀ – ନାରାୟଣ ବେଶ ତଥା ହରି ଉଥାପନ ଓ ବଡ଼ ଏକାଦଶୀ ନିମନ୍ତେ ସ୍ୱତନ୍ତ୍ର ନୀତିମାନ ଅନୁଷ୍ଟିତ ହୋଇଥିଲା ।
ପରମ୍ପରା ପ୍ରକାରେ ପ୍ରାତଃ ଘ.୫. ଟା ରେ ଦ୍ୱାର ଫିଟା ହୋଇ ମଙ୍ଗଳ ଆଳତି ଘ.୫.୫୦,ଅବକାଶ ଘ.୭.୨୦ ରେ ବଢିଲା ପରେ ଘ.୭.୨୫ ରେ ମଇଲମ ହୋଇ ଶ୍ରୀବିଗ୍ରହ ମାନଙ୍କ “ଲଷ୍ମୀ ନାରାୟଣ” ବେଶ ଅନୁଷ୍ଠିତ ହୋଇଥିଲା । ବେଶ ବଢ଼ିଲାପରେ ରୋଷ ହୋମ,ସୂର୍ଯ୍ୟପୂଜା ଘ.୧୦ ଟା, ଦ୍ୱାରପାଳ ପୂଜା ଘ.୧୦.୧୦,ଗୋପାଳବଲ୍ଲଭ ପୂଜା ଘ.୧୦.୩୫ ରୁ ଘ୧୦.୪୫,ସକାଳଧୂପ ଘ.୧୧.୫୫ ରେ ହୋଇ ବାଳଧୂପ ଘ.୧.୦୦ ସାରିଲାପରେ, ପରମ୍ପରା ଅନୁଯାୟୀ ହରି ଉତ୍ଥାପନ ଓ ବଡ଼ ଏକାଦଶୀ ର ସ୍ୱତନ୍ତ୍ର ନୀତି ବନ୍ଦାପନା ତିନି ବାଡ଼ରେ ଘ.୧.୨୦ ରେ ପାଳିଆ ପୂଜାପଣ୍ଡା,ପତିମହାପାତ୍ର,ମୁଡ଼ିରସ୍ତଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥିଲା । ମଧ୍ୟାନ୍ନ ଧୂପ ସରିଲା ପରେ ପ୍ରସାଦ ବାହାରି ପାଣି ପଡି ୨ୟ ଭୋଗ ମଣ୍ଡପ ପରେ ଦକ୍ଷିଣ ଘର ଭୋଗ, ମଇଲମ ହୋଇ ବନ୍ଦାପନା,ଶାଢ଼ୀଖଣ୍ଡୁଆ ଲାଗି ହେବାପରେ ସନ୍ଧ୍ୟା ଆଳତି ବଢି ଥିଲା ଏହା ପରେ ଶ୍ରୀମଦନମୋହନ ଭିତରକୁ ବିଜେ କରିଥିଲେ |ଏକାଦଶୀ ସର୍ବାଙ୍ଗ ହୋଇ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ ବେଢାକୁ ବିଜେ କରିଥିଲେ । ବେଢା଼ସାରି ଜୟବିଜୟ ଦ୍ୱାର ଠାରେ ଭୋଗ ବନ୍ଦାପନା ସାରି ଶ୍ରୀମଦନମୋହନ ଦକ୍ଷିଣ ଘରକୁ ବିଜେ କରିଥିଲେ ।ସନ୍ଧ୍ୟା ଧୂପ ବଢିଲା ପରେ ନୀଳଚକ୍ର କୁ ମହାଦୀପ ଉଠିଥିଲା ଏହାପରେ ଠାକୁରଙ୍କ ମଇଲମ, ବଡ଼ସିଂହାର ଗଭା ଲାଗି ବେଶ, ହୋଇବଡ଼ସିଂହାର ଭୋଗ,ମଇଲମ, ମହାସ୍ନାନ ପୂଜା , ହୋଇ ହରି ଉତ୍ଥାପନ ନୀତି ପାଇଁ ଖଟ ଶେଜ ଘର ଉପରି ଭାଗରେ ଥିବା ଶୟନ ଠାକୁର ରତ୍ନସିଂହାସନ କୁ ବିଜେ କରିଥିଲେ | ଘଣ୍ଟ, ଛତା, ସର୍ବାଙ୍ଗ ପରେ ହରି ଉତ୍ଥାପନ ନୀତି ଅନୁଷ୍ଠିତ ହୋଇ ତିନିବାଡରେ ବନ୍ଦାପନା ନୀତି ସମାପନ ପରେ ଖଟଶେଯ ଘରକୁ ଶୟନ ଠାକୁର ବହୁଡାବିଜେ କରିଥିଲେ | ସେଠରେ ମୁଦିରସ୍ତ ଙ୍କ ଦ୍ଵାରା ବନ୍ଦାପନା ପରେ ଉକ୍ତ ଘର ମୁଦ ଦିଆ ଯାଇଛି ।
ଏହାପରେ ଘଣ୍ଟ ଛତା ବଡ଼ସିଂହାର ଭୋଗ, ବିଡ଼ିଆ ମଣୋହି, ପସଦ ବାହାରି ପାଣି ପଡି ରାତ୍ର ପହୁଡ଼ ହୋଇଛି ।