
ଅପରାହ୍ନ ସମୟରେ କନ୍ଧମାଳ ଜିଲ୍ଲା ଉଦୟଗିରିରେ ଶିକ୍ଷାକତା କରୁଥିବା ଜଣେ ଶିକ୍ଷୟତ୍ରୀ ନିଜ ସଂର୍ପକୀୟ ଘର ଭଞ୍ଜନଗରକୁ ଆସି ଅଟୋରେ ଫେରୁଥିବା ବେଳେ କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ଉଦୟଗିରିରେ ଶିକ୍ଷାକତା କରୁଥିବା ନିରୁପମା ଜେନା(୪୦) ଏକ ଅଟୋରେ ଉଦୟଗିରି ଫେରୁଥିବା ବେଳେ କେଏସ୍ୟୁବି କଲେଜ୍ ସାମ୍ନାରେ ଅଟୋ ସାମ୍ନାକୁ କିଛି ଗଧ ଚାଲି ଆସିବାରୁ ସେମାନଙ୍କ ସହ ଧକ୍କା ହୋଇ ଅଟୋ ଟି ଓଲଟି ପଡିଥିଲା। ଯାହା ଫଳରେ ନିରୁପମାଙ୍କ ସହ ଅଟୋ ଚାଳକ ଉଦୟଗିରିର ମଣ୍ଟୁ ଜେନା ଗୁରୁତର ଭାବେ ଆହାତ ହୋଇଥିଲା। ମଣ୍ଟୁର ମୁଣ୍ଡରେ ଗଭୀର ଆଘାକତ ଲାଗିବା ସହ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନିୟ କିଛି ଯୁବକ ତୁରନ୍ତ ଆହାତ ଦ୍ବୟଙ୍କୁ ସେଠାରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ମଣ୍ଟୁଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଡାକ୍ତର ମଣ୍ଟୁକୁ ବ୍ରହ୍ମପୁର ବଡ ମେଡିକାଲ୍କୁ ସ୍ଥାନାନ୍ତର କରିଥିଲେ