କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଭାରତୀୟ ମଜଦୂର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର
ଆହ୍ବାନକ୍ରମେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୁଡ଼ିକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବୀପତ୍ର ପ୍ରଦାନ କରାଯାଉଥିବା ଅବସରରେ ଆଜି ଜିଲ୍ଲା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
କରାଯାଇଥିଲା ।
ଏହି ପ୍ରତିବାଦ ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ଡ଼ା କମଳ ନାରାୟଣ ଙ୍କ ନେତୃତ୍ୱରେ ଶ୍ରୀଦୋଳ ଗୋବିନ୍ଦ ପଣ୍ଡା,ସୁଧାଂଶୁ ଶେଖର ମହାରଣା, ପ୍ରକାଶ, ସତ୍ୟବ୍ରତ ଦାସ, ବଟକୃଷ୍ଣ ପ୍ରଧାନ, ଲକ୍ଷ୍ମୀଧର ସାହୁ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ
ଯୋଗଦାନ କରି ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇଥିଲେ । କରୋନା ସମୟରେ ନିର୍ମାଣ
ଶ୍ରମିକମାନଙ୍କ ନାମରେ ଯେଉଁ ୧୫୦୦ ଟଙ୍କା ଆସିଥଲା ଜିଲ୍ଲାର ବିଭିନ୍ନ ବ୍ଲକ ଗୁଡ଼ିକରେ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ଅନେକ
ଶ୍ରମିକ ମାନଙ୍କୁ ଆଜି ସୁଦ୍ଧା ପ୍ରଦାନ କରାଯାଇନାହିଁ କିମ୍ବା ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଫେରସ୍ତ ଯାଇନାହିଁ ଯାହାଫଳରେ ନିର୍ମାଣ ଶ୍ରମିକଟି ୧ ୫୦୦ ଟଙ୍କା ପାଇବାରୁ ବଞ୍ଚିତ ହେଉଅଛି । ଏଣୁ ଯଥାଶୀଘ୍ର ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ କରାଯାଇ ତୁରନ୍ତ ଟଙ୍କା ପ୍ରଦାନ କରାଯାଉ ନଚେତ ସେ ସମ୍ବନ୍ଧୀୟ ଟଙ୍କା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଇଠ କରାଯିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରାଯାଉ । କାରଣ ଶ୍ରମ ବିଭାଗର ନିଜସ୍ବ କାର୍ଯ୍ୟ ତା’ ସାଙ୍ଗକୁ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ବର୍ତ୍ତମାନ
ପ୍ରବାସୀ ଶ୍ରମିକମାନଙ୍କର କାର୍ଯ୍ୟଭାର ବଢ଼ି ଚାଲିଥିବା କାରଣରୁ ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମଅଧିକାରୀଙ୍କ ସମେତ ଗ୍ରାମୀଣ ଶ୍ରମ ନିରୀକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯିବା, ବର୍ଷ ବର୍ଷ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟଗୁଡ଼ିକରେ ପଡ଼ି ରହିଥିବା ନିର୍ମାଣ ଶ୍ରମିକମାନଙ୍କର ସହାୟତା ରାଶି ଯଥା — ସାଇକେଲ, ଯନ୍ତ୍ରପାତି, ବିବାହ, ମୃତ୍ୟୁକାଳୀନ, ପ୍ରସଦକାଳୀନ, ଚିକିତ୍ସା, ଶିକ୍ଷା ସହାୟତା,
ଘର ତିଆରି ସମ୍ବନ୍ଧୀୟ ଆବେଦନପତ୍ର ଗୁଡ଼ିକୁ ଯଥାଶୀଘ୍ର ସମାଧାନ କରାଯାଇ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଦାନ କରାଯିବା, ପଞ୍ଜିକରଣ ନିମନ୍ତେ ପଡ଼ିରହିଥିବା ଦରଖାସ୍ତ ଗୁଡ଼ିକୁ ପଞ୍ଜିକୃତ କରାଯାଇ ନିର୍ମାଣ ଶ୍ରମିକମାନଙ୍କୁ ଯଥାଶୀଘ୍ର କାର୍ଡ଼ ଯୋଗାଇ ଦିଆଯିବା, କରୋନା ସମୟରେ ଅନେକ ନିର୍ମାଣ ଶ୍ରମିକମାନଙ୍କର ରିନୁଆଲ୍ ହୋଇନଥିବା, ବୟସ ୬୦ ହୋଇଥିବା କାରଣରୁ ସରକାରଙ୍କ ତରଫରୁ ।
ଘୋଷଣା କରାଯାଇଥିବା ୧୫୦୦ ଟଙ୍କା ସେମାନଙ୍କୁ ପ୍ରଦାନ କରାଯାଇନାହିଁ । ବର୍ତ୍ତମାନ ପରିସ୍ଥିତିରେ ବୟସ ସୀମା ହଟାଯାଇ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯିବା, ପଞ୍ଜିକୃତ ନିର୍ମାଣ ଶ୍ରମିକର ବୟସ ସୀମା ହଟାଯାଇ ମୃତ୍ୟୁକାଳିନ ସହାୟତା ରାଶି ପ୍ରଦାନ କରାଯିବା, ଜିଲ୍ଲାସ୍ତରରେ ନିର୍ମାଣ ଶ୍ରମିକମାନଙ୍କ ଲାଗି ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସ୍ବତନ୍ତ୍ର କାର୍ଯ୍ୟାଳୟ ସହ ପାନୀୟ ଜଳ ଓ ପରିମଳର ବ୍ୟବସ୍ଥା କରାଯିବା, ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡ଼ିକରେ ସ୍ୱତନ୍ତ୍ର ରେକର୍ଡ଼ରୁମ୍ କରାଯିବା ସହିତ ଜଣେ କର୍ମଚାରୀଙ୍କୁ ଦାୟିତ୍ଵରେ ରଖାଯିବା, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼କୁ ରାଜନୀତିଠାରୁ ଦୂରେଇ ରଖାଯିବା, ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣ ଶ୍ରମିକମାନଙ୍କୁ ଯେଉଁ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଦିଆଯାଇଛି ସେମାନଙ୍କୁ
‘ସେ ସମ୍ବନ୍ଧୀୟ ତାଲିମ୍ ପ୍ରମାଣପତ୍ର ସହିତ ୧୫ ଦିନର ପ୍ରାପ୍ୟ ୩ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯିବା ଉଦେଶ୍ୟରେ ସଂଘର ଏକ ପ୍ରତିନିଧିମଣ୍ଡଳୀ ଜିଲ୍ଲାପାଳଙ୍କୁ ଓ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ଶ୍ରମ ଆୟୁକ୍ତଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି ।