କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ , ବିଜୁ ଜନତା ଦଳର ସଦସ୍ୟ ତଥା ପୁରୀ ସହରର ସଚେତନ ନାଗରିକ ମାନେ ପୁରୀ ଆରକ୍ଷୀ ଅଧିକ୍ଷକ ଙ୍କୁ ଲିଖିତ ଅଭିଯୋଗ କରି ଜଣାଇଛନ୍ତି ଯେ ପୁରୀ ସହର ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଧଳା ଜହର ଅପରାଧୀ ମାନଙ୍କ କବଳରେ କବଳିତ |ଏହାକୁ ରୋକିବା ନିମନ୍ତେ ତଥା ଅଭ୍ୟାସଗତ ଅପରାଧୀ ମାନଙ୍କୁ ଦମନ କରିବାପାଇଁ ପୂର୍ବତନ ଅଧିକ୍ଷକ ବଳିଷ୍ଠ ପଦକ୍ଷେପ ମାନନେଇଥିଲେ |ପୁରୀ ସହର ଏକ ଧାର୍ମିକ ତଥା ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀ ତାହା ସମ୍ପୂର୍ଣ୍ଣ ଭାବେ ଅପରାଧୀ ମୁକ୍ତ ରହିବା ଆବଶ୍ୟକ କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଅପରାଧୀ ମାନଙ୍କ ବିରୁଦ୍ଧରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ କିଛି ନିର୍ଦ୍ଧିଷ୍ଟ ରାଜନୈତିକ ସଂଗଠନ ଓ ସ୍ଥାନୀୟ ଲୋକ ପ୍ରତିନିଧି ଦୃଢ ବିରୋଧ କରିବା ପଛରେ କି ରହସ୍ୟ ରହିଛି ତାହାର ବିଧିବଦ୍ଧ ତଦନ୍ତ ହେବା ଦରକାର |ପୁରୀ ସହରକୁ ଆପଣ ଅପରାଧ ମୁକ୍ତ କରିବା ମନ୍ତବ୍ୟକୁ ଆମ୍ଭେ ସମସ୍ତେ ସ୍ୱାଗତ କରୁଅଛୁ |
Related Stories
November 23, 2024