କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ସୋମବାରକାର୍ତ୍ତିକ ଶୁକ୍ଳ ନବମୀ ରେ ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ‘ହରିହର’ ବେଶ ଅନୁଷ୍ଟିତ ହୋଇଅଛି । ଆଜି ଶ୍ରୀମନ୍ଦିର ଦ୍ୱାର ଫିଟା ,ମଙ୍ଗଳ ଆରତୀ ମଇଲମ, ତଡପଲାଗି ସମ୍ପନ୍ନ ପରେ ଠାକୁରଙ୍କର ଅବକାଶ ପୂଜା ଶେଷ ହେଇଥିଲା । ମଇଲମ ବଢି ବଡ଼ଠାକୁର ଶ୍ରୀବଳଭଦ୍ର ମହାପ୍ରଭୁଙ୍କର “ହରିହର” ବେଶ ସକାଳ ଘ.୮.୨୫ ରେ ଅନୁଷ୍ଟିତ ହୋଇଥିଲା । ଆଜି କାର୍ତ୍ତିକ ମାସର ଶେଷ ତଥା ଦ୍ଵତୀୟ ଥର ଉକ୍ତ “ହରିହର” ବେଶ ପରମ୍ପରା ମତେ ଅନୁଷ୍ଟିତ ହୋଇଅଛି । ଶ୍ରୀବିଗ୍ରହମାନଙ୍କ ସକାଳଧୂପ ପରେ ରାଧା ଦାମୋଦର ବେଶ ଅନୁଷ୍ଠିତ ବେଳେ ବିଧି ମତେ ଶ୍ରୀବଳଭଦ୍ର ଠାକୁର ଙ୍କର ଶ୍ରୀଅଙ୍ଗରେ ଅର୍ଦ୍ଧେକ ଶ୍ୱେତ ବସ୍ତ୍ର ଲାଗି ହୋଇ ଅନ୍ୟ ଅର୍ଦ୍ଧେକ କୃଷ୍ଣ ବସ୍ତ୍ରରେ ମଣ୍ଡିତ ହୋଇଥାନ୍ତି ।ଏହି ଚିତାକର୍ଷକ ବେଶରେ ବଡ଼ଠାକୁର ଶ୍ରୀଭୁଜରେ ସୁବର୍ଣ୍ଣ ନଳୀ ଭୁଜ,କର୍ଣ୍ଣରେ କୁଣ୍ଡଳ,କଟିରେ ଓଡ଼ିଆଣୀ, ଚନ୍ଦ୍ର,ସୂର୍ଯ୍ୟ, ତଥା ବିଭିର୍ଣ୍ଣ ପ୍ରକାରର ସୁବର୍ଣ୍ଣ ମାଳି ଧାରଣ କରିଥିଲେ । ଉକ୍ତନୀତି ସମାପନ ପରେ କାର୍ତ୍ତିକ ମାସର ଅନ୍ୟାନ୍ୟ ଦୈନଦିନ ନୀତିମାନ ଅନୁଷ୍ଟିତ ହୋଇଥିଲା ।