କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ, ଶ୍ରୀରାମଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶ୍ରୀଲୋକନାଥ ମନ୍ଦିର ନିକଟସ୍ଥ ଥାନପତି ମାର୍ଗ ରେ ଅବସ୍ଥିତ ପୁରୀ ଶ୍ରୀ ଭେଙ୍କଟେଶ ମନ୍ଦିର ପରିସରରେ ଆଜି ସମାରୋହ ପୂର୍ବକ ଶ୍ରୀ ଅନ୍ନକୂଟ ମହୋତ୍ସବ ଅନୁଷ୍ଠିତ ହୋଇଛି |
ଏଥିରେ ଜିୟର ସ୍ୱାମୀ ମଠର ମହନ୍ତ ତଥା ଟ୍ରଷ୍ଟର ଅଧ୍ୟକ୍ଷ ଇନ୍ଦିରା ରମଣ ରାମାନୁଜ ଦାସ, ସମ୍ପାଦକ ବିଷ୍ଣୁ ଯୋଶୀ, ସଦସ୍ୟ ମହନ୍ତ ବିଜୟ ନାରାୟଣ ରାମାନୁଜ ଦାସ, ସଦସ୍ୟ ସୁରେଶ ଶର୍ମା, ଗୋପାଳ ଦାସ ଅତିଥି ରୂପ ଉପସ୍ଥିତ ଥିଲେ |ଉତ୍ତର ପାର୍ଶ୍ଵ ମଠର ମହନ୍ତ ନାରାୟଣ ରାମାନୁଜ ଦାସ,ଏମାର ମଠର ମହନ୍ତ ରାଜ ଗୋପାଳ ରାମାନୁଜ ଦାସ, କଟକୀ ମଠର ମହନ୍ତ ଡା. ବିଜୟ ନାରାୟଣ ରାମାନୁଜ ଦାସ, ସମାଧି ମଠର ମହନ୍ତ ରଙ୍ଗନାଥ ରାମାନୁଜ ଦାସ, ହାତୀ ଆଖଡ଼ା ମଠର ମହନ୍ତ ସୁଖରାମ ଦାସ, ଶ୍ରୀକୁଞ୍ଜର ମହନ୍ତ ଅନିରୁଦ୍ଧ ରାମାନୁଜ ଦାସ, ବଡ଼ଝାଡୁ ମଠର ମହନ୍ତ ଜୟ ଗୋବିନ୍ଦ ରାମାନୁଜ ଦାସ, ହୁଲ୍ଲାସ ଗଞ୍ଜର ମହନ୍ତ ରାଘବ ରାମାନୁଜ ଦାସ, ସମାଜସେବୀ କିଷାନ ଲାଲ ଭରତୀୟା, ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ |ଏହି ଅବସରରେ ଶ୍ରୀ ଭେଙ୍କଟେଶ ମହାପ୍ରଭୁଙ୍କୁ ଚାନ୍ଦୀର କବଚ ଧାରଣ କରାଯାଇଥିଲା |ଆଳତି ଉତ୍ସବ ଅନୁଷ୍ଠିତ ହୋଇଥିଲା |ମହା ଆଳତି କୁ ଉତ୍ତର ପାର୍ଶ୍ଵ ମଠର ମହନ୍ତ ନାରାୟଣ ରାମାନୁଜ ଦାସଜୀ କରିଥିଲେ |ଏହି ଅବସରରେ ଭାରତବର୍ଷର ଅନେକ ସାଧୁ, ସନ୍ଥ, ମହନ୍ତ ଏହି କାର୍ଯକ୍ରମରେ ଯୋଗଦେଇଥିବା ବେଳେ ସ୍ୱାମୀ ସୁଦର୍ଶନ ରାମାନୁଜ ଦାସଜୀ ମହାରାଜ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |ଏଥିରେ ଜିୟର ସ୍ୱାମୀ ମଠ ଏବଂ ଭେଙ୍କଟେଶ ମନ୍ଦିର ର ସମସ୍ତ ସାଧୁ, ସନ୍ଥ, ସଦସ୍ୟ ଗଣ ସହଯୋଗ କରିଥିଲେ |ସ୍ଥାନୀୟ ବାସିନ୍ଦା ମାନେ ଉତ୍ସାହ ପୂର୍ବକ ଉପସ୍ଥିତ ରହି ପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କରିଥିଲେ |ଏହି ଅବସରରେ ମନ୍ଦିର ପରିସରରେ ସମସ୍ତଙ୍କୁ ପ୍ରସାଦ, ଗାମୁଛା, ଫଳ ବଣ୍ଟନ କରାଯାଇଥିଲା |