
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,ପୁରୀ ସହରକୁ ସ୍ୱଚ୍ଛ କରିବା ନିମନ୍ତେ ବିଜେପି ପକ୍ଷରୁ ୨୯ନଂ ୱାର୍ଡରେ ସ୍ୱଚ୍ଛ ଭାରତ ଅଭିଯାନ ନେଇ ପରିମଳ ଓ ବର୍ଜ୍ୟବସ୍ତୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁମ୍ଭାରପଡା ବାଡ଼ା ସାହି ଠାରୁ ଆରମ୍ଭ ହୋଇ ନବକଳେବର ରୋଡ଼ ଦେଇ ଲକ୍ଷ୍ମୀ ନୃସିଂହ ମନ୍ଦିର ପାଖରେ ଶେଷ ହୋଇଥିଲା।
ଏହି ସ୍ୱଚ୍ଛ ଭାରତ ଅଭିଯାନକୁ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ସ୍ବଛ ଭାରତ ସଂଯୋଜକ ହେମନ୍ତ ମହାନ୍ତି,ଦେବାନନ୍ଦ ମିଶ୍ର, ଶରଧା ମଣ୍ଡଳ ସଭାପତି ସଞ୍ଜୀବ ମୂର୍ଖାଜୀ, ଯୁବ ସଙ୍ଗଠନ ଲକ୍ଷ୍ମୀ ନାରାୟଣ ଦାଶ, ଆବାହକ ରଘୁନାଥ ଗୋଛାୟତ,ରସାନନ୍ଦ ବିଶୋଇ, ଆଇନଜୀବୀ ପ୍ରଦୀପ୍ତ କୁମାର ଦାସ, ଅନିତା ପଟ୍ଟନାୟକ, ଜୟନ୍ତୀ ପଟ୍ଟନାୟକ, ଲକ୍ଷ୍ମୀ ପ୍ରିୟା ସ୍ୱାଇଁ, ବିଜୟ ପଟ୍ଟନାୟକ, ସୁଶାନ୍ତ କୁମାର ସାହୁ, ଅରୁଣ ତ୍ରିପାଠୀ, ସଂଜୀବ ମହାନ୍ତି, ଭିମସେନ ବେହେରା, ଜିତେନ୍ଦ୍ର ବିଶୋଇ, ପ୍ରତାପ ଜେନା, ସୁରେଶ ଚନ୍ଦ୍ର ଗୋଛାୟତ, ନିରଞ୍ଜନ ସାହୁ, ରୁଦ୍ର ପ୍ରତାପ ଦାସ,ମଞ୍ଜୁ ରାଓ ପ୍ରମୁଖ ଅଭିଯାନ ରେ ସାମିଲ ହେଇଥିଲେ।