କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ପରିଦର୍ଶନ କରିବା ସହ ଉକ୍ତ ଐତିହ୍ୟ ଗ୍ରାମର ବିକାଶ ନିମନ୍ତେ ଜାରି ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି । ଏହି ଅବସରରେ ଜିଲ୍ଳାପାଳ ଶ୍ରୀ ବଲୱନ୍ତ ସିଂ, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଗ୍ରାମକୁ ଜାତୀୟ ରାଜପଥରୁ ସଲଗ୍ନ ରାସ୍ତାର ପ୍ରଶସ୍ଥିକରଣ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଛନ୍ତି । ଏହାପରେ ଉନ୍ନୟନ କମିଶନର ସ୍ବର୍ଗତ ଗୋପବନ୍ଧୁଙ୍କ ବାସଗୃହକୁ ଯାଇ ସଂପର୍କୀୟ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Related Stories
November 23, 2024