
ବ୍ରହ୍ମପୁର: ଜିଲ୍ଲା କଂଗ୍ରେସ କମିଟିର ମଙ୍ଗ ଧରିଥିବା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ରବିବାର ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସିଥିବା ବେଳେ ହଠାତ୍ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ତଥା ବାପୁଜୀ ଆଶ୍ରମରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । ପିସିସି ପକ୍ଷରୁ ବିଧାୟକ ଶ୍ରୀ ଜେନାଙ୍କୁ ଜିଲ୍ଲା ସଭାପତି ଭାବେ ମନୋନୀତ କରାଯିବା ପରେ ଜିଲ୍ଲାରେ ତୃଣମୂଳସ୍ତରରୁ କିପରି କଂଗ୍ରେସକୁ ମଜବୁତ କରାଯିବ ସେନେଇ ବହୁ ପୁରାତନ କଂଗ୍ରେସ କର୍ମୀ ଓ ଦଳର ନେତାଙ୍କୁ ନେଇ ମାନସମନ୍ଥନକରି ରୂପରେଖ ପ୍ରସ୍ତୁତ କରୁଥିବା ବେଳେ ରବିବାର ଦିନ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ କାର୍ଯ୍ୟାଳୟର ସୌନ୍ଦର୍ଯ୍ୟ ବଢ଼ାଇବା ସହ ଏହାର ପୁର୍ନଦ୍ଧାର କରାଯାଇ ପୁଣି ପୁନଃନିବାସ କରିବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯୁବନେତା ଚିନ୍ମୟ କୁମାର ହୋତା, ଦେବାଶିଷ ମହାନ୍ତି, ସଂଗ୍ରାମ ରାଉତ, ଆଇନ୍ଜୀବୀ ରବିନ୍ଦ୍ର କୁମାର ଦେଓ, ବିକାଶ ପଶୁପାଳକ, ଏସ୍.ଦଣ୍ଡ ପାତ୍ର, କେ.କୁନାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ସୂଚନାଥାଉକି, ଶ୍ରୀ ଜେନା ଜିଲ୍ଲା କଂଗ୍ରେସର ମଙ୍ଗ ଧରିବାପରେ ପ୍ରଥମଥର କଂଗ୍ରେସ କାର୍ଯ୍ୟାଳୟକୁ ଆସିଥିବାରୁ ଦଳୀୟ କର୍ମୀଙ୍କ
ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।