କେନ୍ଦ୍ରପଡ଼ା, ୨୨ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ର ଆରାଧ୍ୟ ଦେବ ଶ୍ରୀ ବଳଦେବଜୀୟୁଙ୍କ ପାଇଁ ଶ୍ରୀକ୍ଷେତ୍ରାଧିପତି ଜଗନ୍ନଥଙ୍କ ମନ୍ଦିର ପ୍ରଶାସନ ପକ୍ଷରୁ ଘନନୀଳ, ପୀତ ଓ ରକ୍ତ ବର୍ଣ୍ଣର ୩ଟି ପାଟଶାଢୀ ଆସିଥିବା ଜଣାପଡିଛି । କାର୍ତିକ ମାସ ଶୁକ୍ଳ ଏକାଦଶୀ ତିଥିରେ ବଡ ଠାକୁର ବଳଦେବଜୀୟୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଥାଏ । ଏହି ତିଥିରେ ବଡ ଠାକୁର ଶ୍ରୀ ବଳଦେବଜୀୟୁ ପ୍ରଳମ୍ବ ନାମକ ଅସୁରକୁ ବଧ କରିଥିବା ପୈାରାଣିକ ଆଖ୍ୟାନ ଅନୁଯାୟୀ ପରମ୍ପରା ମନ୍ଦିର ରେ ଚଳି ଆସୁଅଛି । ଏହି ବେଶ ପାଇଁ ଶ୍ରୀ ଜଗନ୍ନାଥ ଧାମରୁ ନେଇ ଆସିଥିବା ମନ୍ଦିରର ସ୍ୱତନ୍ତ୍ର ପଦାଧିକାରୀ ସରୋଜ କୁମାର ରାୟ, ନାଜର ବିମଳ କୁମାର କାମ୍ବିଲା, ସହାୟକ ସତ୍ୟ ନାରାୟଣ ପାତ୍ର ଶ୍ରୀ ବଳଦେବଜୀଉ, ଭଉଣୀ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ୩ଖଣ୍ଡ ପାଟଶାଢୀ ରବିବାର ଦିନ ଇଛାପୁର ରେ ପହଁଚି ବଡପଣ୍ଡା ମାଧବ ଚନ୍ଦ୍ର ପତିଙ୍କୁ ପ୍ରଦାନ କରିଥିଲେ । ଏହି ପ୍ରଦାନ ସମୟରେ ପୂର୍ବତନ ଚେୟାରମ୍ୟାନ ତଥା ଟ୍ରଷ୍ଟି ଧିରେନ କୁମାର ସାହୁ, ଯଯାତି କେଶରୀ ମହାନ୍ତି, ରଞ୍ଜନ କୁମାର ପୃଷ୍ଟି ଓ ବରିଷ୍ଠ ସେବାୟତ ବଳରାମ ସୁଆର , ଦେବୋତର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ସୁପରଭାଇଜର ନୃସିଂହ ପ୍ରସାଦ ପତ୍ରୀ ଓ ନିରଞ୍ଜନ ମେକାପ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 23, 2024