କେନ୍ଦ୍ରପଡ଼ା- କେନ୍ଦ୍ରାପଡା ପୈାରାଂଚଳରେ ଗୋବରୀ ନଦୀକୂଳ ବାଇପାସ ରାସ୍ତାରେ ଦୀର୍ଗଦିନ ହେବ ପଥର ଗୁଡିକ ଜମାହୋଇ ରହିଥିବାରୁ ଜନ ସାଧାରଣ ଓ ଯାନବାହନ ଚଳାଚଳ ରେ ବହୁ ଅସୁବିଧା ହେବା ସହ ଛୋଟବଡ ଦୁର୍ଘଟଣା ଘଟୁଥିବା ବହୁ ବ୍ୟକ୍ତି ଅଭିଯୋଗ କରିଛନ୍ତି । ପୁର୍ତ ବିଭାଗ ତରଫରୁ ଗୋବରୀ ନଦୀ କୂଳକୁ ସୈାନ୍ଦର୍ଯ୍ୟକରଣ କରାଯାଉ ଥିବାରୁ ବ୍ୟବହାର ପରେ ପଡି ରହିଥିବା ପଥର ଗୁଡିକୁ ଠିକାଦାର ସ୍ଥାନାନ୍ତର କରୁନାହିଁ । ଧୀର ମନ୍ଥର ଗତିରେ ଚାଲିଥିବା ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ଦୀର୍ଘ ମାସ ହେଲା ଚାଲୁ ରହିଛି । ପଥର ଗୁଡିକୁ ସ୍ଥାନାନ୍ତର ନକରି ରାସ୍ତା ଉପରେ ପକାଇ ରଖି ଥିବାରୁ ଛୋଟବଡ ଦୁର୍ଘଟଣା ଘଟିବା ସହ ଭାରୀଯାନ ଗୁଡିକ ଯିବା ଆସିବାରେ ବାଧା ସୃଷ୍ଟି କରୁଛି । ଏହାକୁ ତୁରନ୍ତ ହଟାଇ ନେବାକୁ ସାଧାରଣରେ ବାଦି କରାଯାଇଛି ।
Related Stories
November 23, 2024
November 23, 2024
November 23, 2024