

କେନ୍ଦ୍ରପଡ଼ା – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କେନ୍ଦ୍ରାପଡା ନଗର କାର୍ଯ୍ୟକାରିଣୀ ଗଠନ କରାଯାଇଛି । ଅଧ୍ୟାପକ ପ୍ରଦୀପ୍ତ କିଶୋର ମୁଦୁଲି ନଗର ସଭାପତି ଓ ପଙ୍କଜ କୁମାର ପ୍ରଧାନ ନଗର ସଂପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନଗର ସହ ସଂପାଦିକା ଲକ୍ଷ୍ମୀମୁଦ୍ରା ଓ ସହ ସଂପାଦକ ଭାବେ ଶଶି ପ୍ରସାଦ ମହାରଣା, ଜଗଦିଶ୍ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ରବିବାର ଅନୁÂିତ ଏକ ସ୍ୱତନ୍ତ୍ର ବୈଠକରେ ରାଜ୍ୟ ସହ ସଂପାଦିକା ସୁଶ୍ରୀ ସଙ୍ଗିତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ କାର୍ଯ୍ୟକର୍ତାଙ୍କା ନାମ ଘୋଷଣା କରିବା ସହ ପ୍ରତିÂା ସମୟରୁ ଏବିଭିପି ରାଷ୍ଟ୍ରବାଦୀ ଛାତ୍ର ସଂଗଠନ ଭାବେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକରି ଆସୁଛି ବୋଲି ସୂଚାଇ ଦେଇଥିଲେ । ଜିଲ୍ଲା ପ୍ରମୁଖ ବୈଲୋଚନ ଦାସ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛାତ୍ରୀ ପ୍ରମୁଖ ଲକ୍ଷ୍ମୀପ୍ରିୟା ଦାସ ଜିଲ୍ଲା ସହ ସଂଯୋଜକ ଭବାନୀ ଶଙ୍କର ଦାସ ଜିଲ୍ଲାର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଗୈାତମ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।