
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ପୋୖରାଞ୍ଚଳ ଅଧିନସ୍ଥ ବିଭିନ୍ନ ଆଖଡା ଓ ଯାଗାଘର ମାନଙ୍କର କର୍ମକାର୍ତ୍ତାଙ୍କୁ ନେଇ ଏକ ସମନ୍ୱୟ ବୈଠକ ଆଜି ଜିଲ୍ଲାପାଳ ଙ୍କ ଅଧକ୍ଷତାରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଯାହାର ମୁଖ୍ୟ ବିଷୟ ବସ୍ତୁ “ମୋ ଧାମ ମୋ ଗର୍ବ”ଅଭିଯାନ ଉପରେ ଆଧାରିତ ରହିଥିଲା । ପୁରୀ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ସମସ୍ତ ଯାଗାଘର ଓ ଆଖଡା ମାନଙ୍କର କଣ ଭୂମିକା ରହିଛି ତାହା ବିଶେଷ ଭାବେ ଆଲୋଚନା ହୋଇଥିଲା ।ଏଥିସହ ଏହାକୁ କିପରି ପୁନଃଜୀବିତ କରାଯାଇପାରିବ ସେଥିଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ବିଭିନ୍ନ ଯାଗାଘର ମାନଙ୍କର କର୍ମକର୍ତ୍ତା ଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା ଯାହାକି ସମସ୍ତ ଯାଗାଘର ମାନଙ୍କୁ ପରିଦର୍ଶନ କରି ଏହାର ସ୍ୱଚ୍ଛତା ପରିଦର୍ଶନ କରିବା ସହ,ଏହାର ବିକାଶ ନିମନ୍ତେ ଦିଆଯିବାକୁ ଥିବା ବିଭିନ୍ନ ପ୍
ରସ୍ତାବ ସମ୍ପୃକ୍ତ ଯାଗାଘର କର୍ମକର୍ତ୍ତା ଙ୍କ ଆଲୋଚନା କରି ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିସହ ନିଜ ସାହି ବସ୍ତିର ଉନ୍ନତିକରଣ ସହ ,ସ୍ୱଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ସମସ୍ତଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ ବା ଏହି ଅଭିଯାନକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।