
ନୂଆଦିଲ୍ଲୀ- କରୋନା ଦ୍ୱିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଗୁଜୁରାଟ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ଗୁଡ଼ିକରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ମହାରାଷ୍ଟ୍ର ସରକାର ଦିଲ୍ଲୀ-ମୁମ୍ବାଇ ଟ୍ରେନ ଓ ବିମାନ ସେବା ବନ୍ଦ କରିବାକୁ ଚିନ୍ତା କରୁଛନ୍ତି । ଗୁଜୁରାଟ ଓ ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନର କିଛି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରି ଦିଆଯାଇଛି ।
ରାଜସ୍ଥାନରେ କରୋନା ମାମଲା ଲଗାତାର ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣରେ ଆଣିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ସରକାର ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ଜିଲ୍ଲାରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି । ବର୍ତ୍ତମାନ ରାଜସ୍ଥାନର ୮ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଘୋଷଣା ହୋଇଥିବା ଜିଲ୍ଲା ଗୁଡ଼ିକରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ । ରାଜଧାନୀ ଜୟପୁରରେ ୧୪୪ ଧାରା ଲାଗୁ କରାଯାଇଛି ।