ଗୁଆହାଟୀ – ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣା ପଡିଛି । ତାଙ୍କୁ ଗୁଆହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗୋଗୋଇ ଭେଣ୍ଟିଲେଟରରେ ଅଛନ୍ତି । ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏସଂପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଶନିବାର ସନ୍ଧ୍ୟାରେ ଗୋଗୋଇଙ୍କ ସ୍ୱାସ୍ଥ୍ୟ ଅଚାନକ ବିଗିଡିଥିଲା । ଡାକ୍ତର ଔଷଧ ବଳରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଉଦ୍ୟମ କରୁଛନ୍ତି । ସେ କହିଛନ୍ତି ଯେ, ଆଗାମୀ ୪୮ରୁ ୭୨ ଘଣ୍ଟା ଗୋଗୋଇଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ । ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଡାକ୍ତରୀ ଟିମ ନଜର ରଖିଛନ୍ତି ।