କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,୨୦/୧୧/୨୦୨୦,ବିଶ୍ବହିନ୍ଦୁ ପରିଷଦ ତରଫରୁ ଜିଲ୍ଲାପାଳଙ୍କୁ କୋଣାର୍କ ର ଅପିତୁ ସାଗର ପ୍ରତି ଅବହେଳା କରାନଯିବା ଉଦେଶ୍ୟରେ ଦାବିପତ୍ର |ବିଶ୍ବହିନ୍ଦୁ ପରିଷଦ ରାଷ୍ଟ୍ରର ଅଖଣ୍ଡତା, ସାମାଜିକ, ସାଂସ୍କୃତିକ ଏବଂ ଆଧ୍ୟାମ୍ଭିକ ପରମ୍ପରା ଅତୁଟ ରଖିବା ପାଇଁ କଟିବଦ୍ଧ ହୋଇ କାର୍ଯ୍ୟରତ ଅଛି ।
କୋଣାର୍କ ସ୍ଥିତ ଚନ୍ଦ୍ରଭାଗା ତୀର୍ଥ ପୁରାଣ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଏବଂ ଲକ୍ଷ ଲକ୍ଷ ଓଡ଼ିଆଙ୍କ ଆସ୍ଥାର କେନ୍ଦ୍ରସ୍ଥଳ
ଯେଉଁଥିରେ ହିନ୍ଦୁସଂସ୍କୃତିର ସାମାଜିକ ସମରସତା ସହିତ ଆଧ୍ୟାତ୍ମିକ ପରମ୍ପରା ଓତଃପ୍ରୋତଭାବେ ନିହିତ ଅଛି ।
ଅପିତୁ ସାଗର ପ୍ରତି ପ୍ରବହମାନା ପୁରାଣ ପ୍ରସିଦ୍ଧ ନଦୀ ଅଟେ ଯାହାକି ପ୍ରଶାସନିକ ଅବହେଳା କାରଣରୁ
ସଂପ୍ରତି ସଂକୁଚିତ ଓ ସୀମିତ ହୋଇଯାଇଥିଲେ ହେଁ ଜନମାନସରେ ତୀର୍ଥ ସ୍ଥଳର ଧାର୍ମିକ ଓ ସାଂସ୍କୃତିକ ମହତ୍
କମିବା ପରିବର୍ତ୍ତେ ବହୁଗୁଣିତ ହୋଇଛି । ତଦନୁଯାୟୀ ସେହି ସ୍ଥାନର ପ୍ରସାରଣର ବିକାଶ ଘଟି ନଥିବା ବେଳେ
ବ୍ୟାବସାୟିକ ମନୋବୃତିରେ ତୀର୍ଥ ସ୍ଥଳର ଆକାରକୁ ସଂକୁଚିତ କରାଯାଉଥିବା ଧାରଣା ସୃଷ୍ଟି ହୋଇଛି ।
ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ରର ଭୌଗଳିକ ସ୍ଥିତି କୁ ପରିବର୍ତ୍ତନ କରିବା ପୂର୍ବରୁ ଜନସମୁଦାୟର ଆଧ୍ୟାତ୍ମିକ,
ଧାର୍ମିକ ଭାବନା ଯେପରି ଆହତ ନହେବ ତାକୁ ଦୃଷ୍ଟି ରେ ରଖି ସ୍ଥିରୀକୃତ ଯୋଜନାକୁ ସରକାର ଙ୍କ ପ୍ରଶାସନ ଦ୍ବାରା
ସର୍ବସାଧାରଣରେ ସାର୍ବଜନୀନ କରା ଯାଇଥିଲା । ସେପରି ଚନ୍ଦ୍ରଭାଗା ତୀର୍ଥ ସ୍ଥାନର ଏତିହାସିକ, ପୌରାଣିକ,ଆଧ୍ୟାତ୍ମିକ
ତଥା ଧାର୍ମିକ ମନକୁ ଅଗ୍ରାଧିକାର ଦେଇ ଏହି ତୀର୍ଥ ସ୍ଥଳ ପାଇଁ ସ୍ଥିରୀକୃତ ଯୋଜନାକୁ ସାଧାରଣରେ ପ୍ରକାଶ କରାଯାଉ ।ପୁରୀଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ତରଫରୁ ପ୍ରାନ୍ତ ସହ ସମ୍ପାଦକ ସତ୍ୟନାରାୟଣ ଦାଶ, ବିଭାଗ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ଭାଗିରଥି ସ୍ୱାଇଁ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କ ନିକଟରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି |