କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,୨୦/୧୧/୨୦୨୦,ନରେନ୍ଦ୍ର ପୁଷ୍କରିଣୀରେ ଖୁବଶୀଘ୍ର ପୁନଃ ଆରମ୍ଭ ହେବ ଲାଇଟ୍ ଓ ସାଉଣ୍ଡ ସୋ ଏବଂ ଜଳଫୁତ୍କାର । ଦୈନିକ ଅଧଘଣ୍ଟାଏ ଲେଖାଏଁ ଦୁଇଥର ସୋ ପ୍ରଦର୍ଶିତ ହେବ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ଐତିହ୍ୟ ବଜାୟ ରଖିବାକୁ ଏହି ପଦକ୍ଷେପ ନିଆଯାଇଛି । ଆସନ୍ତା ତିନି ସପ୍ତାହ ମଧ୍ୟରେ ଆନୁଷଙ୍ଗିକ ମରାମତି କାମ ଶେଷକରି ଏହାକୁ ଚାଲୁ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ” ମୋ ଧାମ ମୋ ଗର୍ବ “ଟିମ ଆଜି ନରେନ୍ଦ୍ର ପୁଷ୍କରିଣୀ ଓ ଏହାର ଚାରିପାଖ ବୁଲି ଦେଖିବା ସହ ଉନ୍ନତିକରଣ କରିବା ସଂପର୍କରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଟିମରେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂଙ୍କ ନେତୃତ୍ବରେ ଜିଲ୍ଲାପ୍ରଶାସନ, ପୌର ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରମୁଖ ଅଧିକାରୀ ମାନେ ସାମିଲ ଥିଲେ । ନରେନ୍ଦ୍ର ପୁଷ୍କରିଣୀ ଉନ୍ନୟନ ତଦାରଖ ନିମନ୍ତେ କୌଣସି କମିଟି ନଥିବାରୁ ସ୍ଥାନୀୟ ସାହି ନେତୃବୃନ୍ଦଙ୍କୁ ନେଇ ଏକ କମିଟି ଗଠନ କରାଯିବ । ଏହି ଗଠନ ପ୍ରକ୍ରିୟା ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ସପ୍ତାହକ ମଧ୍ୟରେ ଶେଷ କରାଯିବ । ଏହାପରେ ଏହି ଟିମ ଜଟିଆ ବାବା ଆଶ୍ରମ ବୁଲି ଦେଖିଥିଲେ । ଉକ୍ତ ଟିମରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Stories
November 23, 2024