ଦିଲ୍ଲୀ – ଦିଲ୍ଲୀରେ ଗତ ୨୪ ଘଂଟାରେ ୭,୫୪୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୯୮ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫,୧୦,୬୩୦ ହୋଇ ଯାଇଛି । ବର୍ତମାନ ସୁ୍ଦ୍ଧା ଏଠାରେ ୮,୦୪୧ଜଣଙ୍କର ମୃତ୍ୟୁ ଘଟିଛିା
ପଶ୍ଚିମ ବଙ୍ଗରେ ଗତ ୨୪ ଘଂଟାରେ ୩,୬୨୦ କରୋନାର ନୂଆ ମାମଲା
କୋଲକାତା । ପଶ୍ଚିମବଙ୍ଗ ରେ ଗତ ୨୪ ଘଂଟାରେ ୩,୬୨୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪,୪୫,୫୦୫ ହୋଇ ଯାଇଛି ।
ଝାରଖଣ୍ଡରେ କରୋନାର ୨୩୦ ନୂଆ ମାମଲା
ରାଂଚି – ଆସାମରେ କରୋନାର ୨୩୦ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୦୬,୯୭୨ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୯୩୭ ଜଣଙ୍କର ମୃତ୍ୟୁ ଘଟିଛି ।