ଟାଙ୍ଗି – ଖୋର୍ଦ୍ଧା ଜିଲ୍ଲା ବାଣପୁର ସବଜେଲ୍ ରେ ବିଚାରଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକ ଓ ସାଇଂଟିଫିକ୍ ଦଳ ଆଜି ବାଣପୁର ଜେଲରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
ଗତକାଲି ବାଣପୁର ଉପକାରାଗାରରେ ଏହି ବିଚାରଧିନ କଏଦୀଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ନାମ ହେଉଛି ଶିବୁନ କିସ୍କୁ (୪୦) । ସେ ଆସାମର ବାସିନ୍ଦା ହୋଇଥିବା ବେଳେ ଦୁଇ ଦିନ ତଳେ ଭୁବନେଶ୍ୱର ଝାରପଡ଼ା ଜେଲରୁ ବାଣପୁର ସବଜେଲ୍ କୁ ସ୍ଥାନାନ୍ତର ହୋଇଥିଲେ । ଗତକାଲି ସେ ଅସାବଧାନତା କାରଣରୁ ପ୍ରଥମ ମହଲାରୁ ଖସି ପଡିଥିବା କୁହାଯାଉଛି । ଗୁରୁତର ଅବସ୍ଥାରେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।
Related Stories
November 23, 2024