କଟକ – ନୟାସଡ଼କ ଆଇଆଇଏଫଏଲ ଅର୍ଥଲଗାଣକାରୀ ସଂସ୍ଥାରୁ ଡ଼କାୟତି ଘଟଣାରେ ଲୁଟ୍ କରି ଲୁଟେରା ଫେରିବା ବେଳର ସିସିଟିଭି ଫୁଟେଜ୍ ପୋଲିସ ହାତରେ ଲାଗିଛି । ସିସିଟିଭିରେ କଏଦ୍ ବାଇକ୍ ର ନମ୍ବର ପ୍ଲେଟ୍ କୁ ପୋଲିସ ଜାଣି ପାରିଥିବା ସୂଚନା ମିଳିଛି । ପୋଲିସର ତିନୋଟି ଟିମ୍ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ ଚଳାଇଛନ୍ତି ।
ଅନ୍ୟପକ୍ଷରେ କମିଶନରେଟ ପୋଲିସ ଉପରେ ଭରସା ଥିବା କହିଛନ୍ତି ସଂସ୍ଥାର କର୍ତୃପକ୍ଷ । ଅର୍ଥଲଗାଣକାରୀ ସଂସ୍ଥା ପକ୍ଷରୁ ଏନେଇ ଲାଲବାଗ ଥାନାରେ ଏତଲା ହୋଇଥିଲା । ସେହିପରି କେତେ ପରିମାଣର ବନ୍ଧକ ସୁନା ଲୁଟ୍ ହୋଇଛି ତାହାର ହିସାବ ଚାଲିଥିବା ନେଇ ମ୍ୟାନେଜର କହିଛନ୍ତି ।
Related Stories
November 23, 2024