ସମ୍ବଲପୁର- ରେଙ୍ଗାଲି ତହସିଲ ଅଫିସରେ ରେ ନିଆଁ ଲଗାଇଛନ୍ତି ଦୁର୍ବୃତ । ଜଣେ ଦୁର୍ବୃତ ଆସି ନିଆଁ ଲଗାଇଥିବା ସୂଚନା ମିଳିଛି । ହଠାତ୍ ନିଆଁ ଲାଗିବାରୁ ଅଫିସର କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଆସବାବପତ୍ର ପୋଡି ଯାଇଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି । ଦୁର୍ବୃତ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା ଚଳାଇଛି ।
ଏହି ଯୁବକଙ୍କ ଜମିକୁ ଅନ୍ୟମାନେ ଜାଲ୍ କରି ବିକ୍ରୀ କରି ଦେଇଥିବା ଅଭିଯୋଗ ହୋଇଛି । ବାରମ୍ବାର ସେ ଏନେଇ ତହସିଲ କାର୍ଯ୍ୟାଳୟକୁ ଦୌଡି କାମ ନହେବାରୁ ସେ ଏଭଳି ଚରମ ନିଷ୍ପତି ନେଇଥିଲେ । ଏହା ପୂର୍ବରୁ ଯୁବକ ଜଣକ ସାମାଜିକ ଗଣମାଧ୍ୟମରେ ଲାଇଭ୍ ରେ ଆସିଥିଲେ ଏବଂ ଘଟଣା ପାଇଁ ନିଜର ହତାଶା ଭାବ ପରିପ୍ରକାଶ କରିଥିଲେ ।