କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ପୁରୀ ମୁଖ୍ୟ ଚିକିତ୍ସାଳୟ ରେ ବିଜେପି-କଂଗ୍ରେସ କର୍ମୀ ମାନଙ୍କ ପ୍ରଦର୍ଶନ ପୁରୀ ବଳିଆ ପଣ୍ଡା ଅଞ୍ଚଳରେ ରହୁଥିବା କେ. ରମେଶ ନାମକ ବ୍ୟକ୍ତିଙ୍କ ପୋଲିସ ହିପାଜତ ରେ ମୃତ୍ୟୁ ଘଟିଛି |ଆଜି ପୁରୀରେ ବାସେଳି ସାହି ଥାନାରେ କେ. ରମେଶ ନାମରେ ଜଣେ ଦଳିତ ଅଭିଯୁକ୍ତ ଙ୍କୁ ଡାକିନେଇ ପୋଲିସ ବାଡେଇ ବାଡେଇ ମାରିଦେବାପରେ ରାତି ଅଧରେ ତା ବାପା ବୋଉଙ୍କୁ ଜବରଦସ୍ତ ଘରୁ ଉଠେଇ ନେଇ ଏପର୍ଯ୍ୟନ୍ତ ଅଟକ ରଖି ଦସ୍ତଖତ ନେଇଛନ୍ତି।
ବିଜେପି ଏହା ବିରୁଦ୍ଧରେ ପୋଷ୍ଟମର୍ଟମ ହଲ ସାମନାରେ ଧାରଣା ଦେଇ ଅଭିଯୁକ୍ତ ପୋଲିସ ଙ୍କୁ ହତ୍ୟା ଅଭିଯୋଗ ରେ ଗିରଫ କରିବା ପାଇଁ ଦାବୀ ରଖିଛି।ଶବକୁ ଲୁଚେଇ ନେଇ ପୋଲିସ ଘେରରେ ପୋଡିଦେବା ପରେ ଏସପି ଅଫିସ ସାମନାରେ ବିଜେପି ଧିରଣାରେ ବସିଥିଲେ।ଏମାନଙ୍କୁ ଏସ ପି ଘଣ୍ଟ ଘୋଡାଉ ଥିବାରୁ ପ୍ରତିବାଦ କରାଯାଇଥିଲା।
ଆଜି ସଂଧ୍ୟାରେ ରାଜ୍ୟ ବିରୋଧି ଦଳର ନେତା ପ୍ରଦୀପ କୁମାର ନାୟକ, ବିଜେପି ର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଙ୍କ ସମେତ ଜିଲ୍ଲା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ, ବିଧାୟକ ଶ୍ରୀ ଜୟନ୍ତ ଷଢ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୋହନ ମାଝୀ, ନାଉରି ନାୟକ, କୁସୁମ ଟେଟେ, ଶଙ୍କର ଓରାମ୍, ସୁକାନ୍ତ ନାୟକ, କେ ନାରାୟଣ ରାଓ, ଆଦିତ୍ୟ ମାଢ଼ି, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଗଣେଶ ରାମ ସିଂ ଖୁଣ୍ଟିଆ, ଡ ବିଧାନ ମୁର୍ମୁ, ନବ ଚରଣ ମାଝୀ, ଭାସ୍କର ମଢ଼େଇ, ସନାତନ ବିଜୁଳି, ପ୍ରକାଶ ଶୋରେନ୍, ମୁକେଶ ମହାଲିଙ୍ଗମ୍, ନିତ୍ୟାନନ୍ଦ ଗଣ୍ଡ ଭବାନୀ ଶଙ୍କର ଭୋଇ ପ୍ରମୁଖ ଏହି ପ୍ରତିବାଦ ରେ ସାମିଲ ଥିଲେ |ଜିଲ୍ଲା ଏସପି ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ପ୍ରଚାର ମାଧ୍ୟମରେ ସୂଚନା ଦେଇଛନ୍ତି ବିରୋଧି ଦଳର ନେତା ପ୍ରଦୀପ କୁମାର ନାୟକ କହିଛନ୍ତି ଆମେ ମୃତକ ଙ୍କ ପରିବାର ସହିତ ଦେଖାକରିଛୁ ଏବଂ ମୃତକଙ୍କ ପରିବାର କୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାପାଇଁ ଆମେ ସରକାରଙ୍କୁ ଦାବୀ କରୁଛୁ |ଏହା ସହିତ ଏସପି ଓ ଥାନା ଅଧିକାରୀ ଙ୍କୁ କାର୍ଯ୍ୟ ରୁ ନିଲମ୍ବନ କରାଯାଉ କିମ୍ବା ଅନ୍ୟତ୍ର ପଠାଯାଉ |ଆସନ୍ତା ବିଧାନ ସଭା ରେ ଏହି ବିଷୟରେ ଆଲୋଚନା କରାଯିବ |
Related Stories
November 23, 2024