
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ବିଜୁ ଜନତା ଦଳ ତରଫରୁ ପୁରୀ ସମ୍ପର୍କରେ ବିବାଦୀୟ ମନ୍ତବ୍ଯ ଦେଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ୩ ଦିନ ପରେ ମଧ୍ୟ ଚୁପ୍ ରହିଥିବା ବିଜପି ର ମୁଖପାତ୍ର ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏଥି ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟାଉନ ଥାନା ରେ ଏତଲା ଦିଆଯାଇଛି ।
ଆଜି ମେଡିକାଲ ଛକ ନିକଟରୁ ବଡଦାଣ୍ଡ ଦେଇ ଟାଉନ ଥାନା ନିକଟକୁ ଏକ ଶୋଭାଯାତ୍ରା ବାହାରି ଥିଲା । ପୁରୀ ନଗର ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ବରେ ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାସ, ଶାନ୍ତିଲତା ପ୍ରଧାନ, ଗୌରହରି ପ୍ରଧାନ, ବେଣୁଧର ସେଠୀ ,ରାଜ୍ୟ ସଂପାଦକ କୃଷ୍ଣ ଚନ୍ଦ୍ର ପଣ୍ଡା, ଜିଲ୍ଲା ଉପସଭାପତି ଭକ୍ତ ଚରଣ ଦାସ, ଦିବାକର ପାତ୍ର,ଶ୍ରୀ ପ୍ରକାଶ ମିଶ୍ର ,ନାରୟଣ ପଟ୍ଟନାୟକ, ଭଗବାନ ପଢିଆରି,ପ୍ରସନ୍ନ କୁମାର ମହାପାତ୍ର, ପୂର୍ବତନ କାଉନସିଲର ପ୍ରଦୀପ୍ତ କୁମାର ନାୟକ, ଜମେଶ୍ବର ମହାନ୍ତି,ସାଇନା ଖୁଣ୍ଟିଆ, ପ୍ରିତମ ଜଗଦେବ,ଦେବରାଜ ସାହୁ,ବିଭୁତି ସେଠୀ,ସୁମନ୍ତ ସାହୁ, ରବି ଶଙ୍କର ପ୍ରତିହାରି, ଭାଗୀରଥି ଖୁଣ୍ଟିଆ,ପୁର୍ଣିମା ଦାସ,ମହିଳା ନେତ୍ରୀ ପୁଷ୍ପାଞ୍ଜଳୀ ରଣା,ଅରୁଣିମା ନନ୍ଦ,ଶକ୍ତି ପ୍ରସାଦ ରଥ, ରମେଶ ପ୍ରହରାଜ, ନାରାୟଣ ସିଂହ, ବାପିନା ଶତପଥୀ,ସରୋଜ କୁମାର ନାୟକ,ହୃଷିକେଶ ମହାପାତ୍ର, ଅମୃତ ମିଶ୍ର ,ନୀଳକଣ୍ଠ ନାୟକ, ଷ୍ଟାଲିନ୍ ପରିଜା ,ପ୍ରଦୀପ ଜେନା, ଜଗନ୍ନାଥ ଗୋଛିକାର ଯୋଗ ଦେଇଥିଲେ.