କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,୧୮/୧୧/୨୦୨୦, ମୋ ଧାମ ମୋ ଗର୍ବ ଅଭିଯାନ ଅଧିନରେ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସଫେଇ କର୍ମଚାରୀ, ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର୍ ଏବଂ ସଂପୃକ୍ତ ଅଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ପୁରୀ ପୌରସଦନ ପ୍ରେକ୍ଷାଳୟରେ ଆରମ୍ଭ ହୋଇଛି । ୱାର୍ଡ ଅନୁଯାୟୀ ତିନୋଟି ପର୍ଯ୍ୟାୟରେ ଏହି ତାଲିମ ପ୍ରଦାନ କରାଯିବ । ସଫେଇ କର୍ମଚାରୀମାନେ ସ୍ବଚ୍ଛ ସୈନିକ ଭାବେ ପେଶାଦାର ମନୋଭାବ ରଖି ସେବା ଯୋଗାଇ ଦେବେ । ଅଳିଆକୁ ପୁରୀର ପବିତ୍ର ମାଟିକୁ ଛୁଇଁବାକୁ ନଦେବା ପାଇଁ ସହରବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ । ସ୍ବଚ୍ଛ ସବାରୀ ଯାଇ ପାରୁନଥିବା ଗଳିକନ୍ଦିରେ ଆବର୍ଜନା ସଂଗ୍ରହ ପାଇଁ ଠେଲାଗାଡିର ବ୍ୟବସ୍ଥା କରିଯାଇଛି । ଏହାଦ୍ବାରା ଅଭିଯାନରେ ପ୍ରତ୍ୟେକ ପରିବାରକୁ ସାମିଲ କରାଯିବ । ଆବର୍ଜନା ସଂଗ୍ରହ ସ୍ଥାନରୁ ପୃଥକୀକରଣ ବ୍ୟବସ୍ଥା କରାଯିବା ଦ୍ବାରା ଅଳିଆ ପରିଚାଳନା ସହଜ ହେବ । ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ ଏହି ତାଲିମ ଶିବିରକୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଫିଡବ୍ୟାକ ଫାଉଣ୍ଡେସନର ଶ୍ରୀ ଜ୍ୟୋତିପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 23, 2024