ଆଜି ଚିହ୍ନଟ ହୋଇଥିବା ୮୬୮ ଜଣଙ୍କ ମଧ୍ୟରୁ ୫୦୨ ଜଣ ସଂଗରୋଧରୁ ହୋଇଥିବା ବେଳେ ୩୬୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୦୨ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରୁ ୪୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ୱରରୁ ୫୨ ଜଣ, ବରଗଡ଼ରୁ ୨୬ ଜଣ, ଭଦ୍ରକରୁ ୬ ଜଣ, ବଲାଙ୍ଗୀରରୁ ୩୬ ଜଣ ରହିଛନ୍ତି ।
‘ସେହିପରି ବୌଦ୍ଧରୁ ୪, କଟକରୁ ୬୫ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୨୫ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୨୫ ଜଣ, ଜଗତ୍ସିଂହପୁରରୁ ୩୮ ଜଣ, ଯାଜପୁରରୁ ୩୧ ଜଣ, ଝାରସୁଗୁଡ଼ାରୁ ୨୨ ଜଣ, କଳାହାଣ୍ଡିରୁ ୩୬ ଜଣ, କନ୍ଧମାଳରୁ ୧୦ ଜଣ, କେନ୍ଦ୍ରାପଡ଼ାରୁ ୩୯ ଜଣ, କେନ୍ଦୁଝରରୁ ୧୯ ଜଣ, ଖୋର୍ଦ୍ଧାରୁ ୧୦୨ ଜଣ, କୋରାପୁଟରୁ ୧୫ ଜଣ, ମାଲକାନଗିରିରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମୟୂରଭଞ୍ଜରୁ ୪୬ ଜଣ, ନବରଙ୍ଗପୁରରୁ ୧୨ ଜଣ, ନୟାଗଡ ଜିଲ୍ଲାରୁ ୫ ଜଣ, ନୂଆପଡ଼ାରୁ ୩୩ ଜଣ, ପୁରୀରୁ ୩୦ଜଣ, ରାୟଗଡା ଜିଲ୍ଲାରୁ ୨୧ ଜଣ, ସମ୍ବଲପୁରରୁ ୨୨ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୮୨ ଜଣ ଓ ଷ୍ଟେଟ୍ପୁଲ୍ରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି ।