ଭରତପଲ୍ଲୀ, ଧାଡ଼ିଆମ୍ବ, କେ. ରାଜେନ୍ଦ୍ରପୁର, କାଠଗଡ଼ା, ଖାଦିପଡ଼ା, ମଦନ ଗଣ୍ଡପଲ୍ଲୀ, ମାଧପୁର, ମଲ୍ଲୀଝରପଲ୍ଲୀ, ପି. ଗୋବର୍ଦ୍ଧନ ପୁର, ତାନାର୍ଜିପଲ୍ଲୀ, ପୁସ୍ତପଲ୍ଲୀ, ଭଣ୍ଡାରିବସା, ଧରାକୋଟ ବ୍ଲକ୍ କଲୋନୀ, ଘାସିବିଲି, ହନୁମାନ ଦ୍ୱାର, ଜଗନ୍ନାଥପୁର ଶାସନ, ଖଜୁରିପଦା, କିଶୋର ବିହାର, କୁଶପଡ଼ା, ଲକ୍ଷ୍ମୀପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ମୁଣ୍ଡମରାଇ ଏକ୍ସବୋର୍ଡ଼ ସ୍କୁଲ, ନାରାୟଣପୁର ଶାସନ ମିଶ୍ରଣ ହେବାକୁ ପ୍ରସ୍ତାବ ରହିଛି । କୁଶପଡ଼ା ଓ ଖଜୁରିପଦା ବିଦ୍ୟାଳୟକୁ ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣ ନକରିବା ପାଇଁ ଗ୍ରାମବାସୀ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୬ଟି ବିଦ୍ୟାଳୟ, ପ୍ରଥମରୁ ପଚଂମ ୯୦ଟି ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ୩୬ ଟି ବିଦ୍ୟାଳୟ, ୧୯ ଟି ଉଚ୍ଚ ବିଦ୍ୟାଳୟ ବ୍ଲକରେ ରହିଛି । ବ୍ଲକ୍ ଅଧିନରେ ମୋଟ୍ ୫୪୭ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବା ବେଳେ ସର୍ବମୋଟ୍ ଛାତ୍ରଛାତ୍ରୀ ସଂଖ୍ୟା ୧୨ ହଜାର ୩୩୫ ରହିଛି । ବ୍ଲକରେ ଦୁଇଟି ଆବାସିକ ବିଦ୍ୟଳୟ ରହିଥିବା ବେଳେ ଗୋଟିଏ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଛି । ବ୍ଲକ୍ ସ୍ତରରେ ୧୧ଟି ବେସରକାରୀ ବିଦ୍ୟାଳୟ ରହିଛି । ସମ୍ପ୍ରତି ଏହି ବିଦ୍ୟାଳୟ ମିଶ୍ରଣ ଯୋଗୁଁ ଅବିଭାବକ ମହଲରେ ଆଶଙ୍କା ଓ ଅସନ୍ତୋଷ ଦେଖାଦେଇଛି । ବିଦ୍ୟାଳୟ ମିଶ୍ରଣ ପରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ ନା ପିଲା ଅଧାରୁ ପାଠ ପଢା ଛାଡୁଛନ୍ତି ତାହା ଦେଖିବାକୁ ବାକି ରହିଲା ।