ବିଏମସି ପକ୍ଷରୁ କୁହା ଯାଇଛି ଯେ ସମଦ୍ର କୂଳ ଓ ନଦୀ ତଟରେ ବହୁ ସଂଖ୍ୟାରେ ଲୋକଙ୍କର ସମାଗମ ହୋଇଥାଏ । ଅଧିକ ଲୋକଙ୍କର ଭିଡ ହେବା ଫଳରେ ସାମାଜିକ ଦୂରତା ପାଇଁ ରଖାଯାଇଥିବା ନିୟମ ଉଲ୍ଲଂଘନ ହେବାର ଆଶଙ୍କା ରହିଛି । ତେଣୁ ଲୋକଙ୍କୁ କରୋନା କଟକଣା ପାଳନ କରିବାକୁ ହେବ ବୋଲି ବିଏମସି କହିଛି ।
ବିଏମସି ଶ୍ରଦ୍ଧାଳୁଙ୍କୁ ଏକତ୍ର ନ ହେବା ପାଇଁ ଅପିଲ କରିଛି । ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ ଛଠ ପର୍ବ ଶୁକ୍ରବାର ଓ ଶନିବାର ପାଳନ କରାଯିବ । ଏହା ପୂର୍ବରୁ ବିଏମସି ମଙ୍ଗଳବାର ଅପରାହ୍ନରେ ମୁମ୍ବାଇ ବିଜେପି ସଭାପତି ମଂଗଳ ପ୍ରଭାତ ଲୋଧା ଓ ଉତ୍ତର ଭାରତୀୟ ନେତା ଅମରଜୀତ ମିଶ୍ର ଛଠ ପୂଜା ଉପରେ ଅସମଂଜସକୁ ନେଇ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିଥିଲେ । ଏହା ପରେ ବିଏମସି ପ୍ରଶାସନ ଛଠ ପୂଜାକୁ ନେଇ ନିର୍ଦ୍ଦେଶନାମା ଜାରି କରିଛି ।
ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି ଯେ, ବିଭାଗୀୟ ସ୍ତରରେ ସଂସ୍ଥାମାନଙ୍କୁ ଅନୁମତି ମଗାଗଲେ କୃତ୍ରିମ ପୋଖରୀ ପାଇଁ ଅନୁମତି ମିଳିପାରିବ । ପୂଜାସ୍ଥଳରେ ମେଡିକାଲ ଟିମ ମୁତୟନ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ଆଣ୍ଟିଜେନ ଅଥବା ଆରଟି-ପିସିଆର ଟେଷ୍ଟ ମଧ୍ୟ କରାଯିବ ।