କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ମଙ୍ଗଳବାର ଦିନ ଗଜପତି ମହାରାଜ ଦିବ୍ୟସିଂହଦେବ ଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ନୀଳାଦ୍ରି ଭକ୍ତନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |ବୈଠକରେ ନାଗାର୍ଜୁନ ବେଶ କିଭଳି ସୁରୁଖୁରୁରେ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା ଏବଂ ଶନିବାର ଦିନ ପୁଣି ଆଉ ଏକ ବୈଠକ ବସିବ | ଏହି ବୈଠକରେ ଜିଲ୍ଲାପାଳ ବଲୱନ୍ତ ସିଂ, ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ଵର ସିଂହ ଏବଂ ବିଭିନ୍ନ ନିଯୋଗ ର ପ୍ରତିନିଧି ଓ ସେବାୟତ ମାନେ ଉପସ୍ଥିତ ଥିଲେ |ଏହି ବୈଠକରେ କମିଟିର ଚଳିତ ବର୍ଷ ୨୦୨୦-୨୦୨୧ ପାଇଁ ଶ୍ରୀମନ୍ଦିର ପାଇଁ ୧୫୪ କୋଟି ଟଙ୍କାର ବଜେଟ କୁ ମଞ୍ଜୁରୀ ଦେଇଛନ୍ତି |ଏହି ସୂଚନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଦେଇଛନ୍ତି |ଗଣମାଧ୍ୟମ ସହିତ ସାକ୍ଷାତକାର ସମୟରେ ସେ କହିଛନ୍ତି ବର୍ତ୍ତମାନ କୋଭିଡ-୧୯ ମହାମାରୀ ସ୍ଥିତି କାରଣରୁ ଶ୍ରୀମନ୍ଦିର ର ଆୟ କମ ହୋଇଯାଇଛି |ସୂଚନା ଯୋଗ୍ୟ କରୋନା କାରଣରୁ ଯେବେଠାରୁ ଲକଡାଉନ ଓ ସଟଡାଉନ ଆରମ୍ଭ ହୋଇଛି ସେତେବେଳ ଠାରୁ ଭକ୍ତଙ୍କ ଦର୍ଶନ ଉପରେ ପ୍ରଶାସନ ତରଫରୁ କଟକଣା ଲଗାଯାଇଥିଲା |ଏହି କାରଣରୁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁ ଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି |ରଥଯାତ୍ରା ଏବଂ ଅନ୍ୟ ପର୍ବ ରେ ମଧ୍ୟ ଭକ୍ତଙ୍କ ବିନା ଆୟୋଜିତ କରାଯାଇଛି |

Related Stories
November 23, 2024