
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଆଜି କୃଷ୍ଣପ୍ରସାଦ ବ୍ଳକ ତିତିପ ପଞ୍ଚାୟତ ଗ୍ରସ୍ତରେ ଆସିଥିଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ |ଗ୍ରସ୍ତରେ ଆସି ବଡ଼ସାହି ର ଅଗ୍ନି ବିପନ୍ନ ପରିବାର ମହେନ୍ଦ୍ର ବିଶ୍ବାଳ ଏବଂ ସାନସାହି ର ରାମଚନ୍ଦ୍ର ବିଶ୍ବାଳ, ବଶିଂଧର ବିଶ୍ଵାଳ ଙ୍କୁ ଭେଟିଥିଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା | ସେମାନଙ୍କୁ ଆଶ୍ଵସନା ଦେବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ଶ୍ରୀ ଦାସବର୍ମା ପ୍ରତିଶ୍ରୁତି ଦେଇଛନ୍ତି ।