-
ସ୍ୱାଭିମାନ ଅଂଚଳର ଲୋକଙ୍କ ସହ କଥାବାର୍ତା କଲେ ମୁଖ୍ୟମନ୍ତ୍ରୀ
ସେ କହିଛନ୍ତି ଯେ ଖୁସିର କଥା ସ୍ୱାଭିମାନ ଅଂଚଳରେ ୪ଟି ମୋବାଇଲ ଚାୱାର ହୋଇଥିବା ବେଳେ ୪ଏ ସୁବିଧା ସହ ଆଉ ତିନୋଟି ଟାୱାର କରିବାକୁ ଆମର ଯୋଜନା ରହିଛି ।
ସେ କହିଛନ୍ତି ଯେ ସ୍ୱାଭିମାନ ଅଂଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ସ୍ମାର୍ଟ ମୋବାଇଲ ଫୋନ ଯୋଗାଇଦେବେ । ଆଜି ଆପଣଙ୍କ ଅଂଚଳ ରେ ମୋବାଇଲ ଫୋନ ବଂଟନ କାମ ଆରମ୍ଭ କରି ମୁଁ ବହୁତ ଖୁସି । । ଏହା ଆପଣମାନକୁ ଆହୁରି ଭଲ ଭାବରେ ଅନ୍ୟ ଅଂଚଳ ସହ ଯୋଡିପାରିବ । ପିଲାମାନଙ୍କ ପାଠ ପଢାରେ ବି ସୁବିଧା ହେବ ।
ସେ କହିଛନ୍ତି ଯେ ସ୍ୱାଭିମାନ ଅଂଚଳ ସବୁବେଳେ ମୋ ହୃଦୟରେ ରହିଛି । ଏ ଅଂଚଳକୁ ରାଜ୍ୟର ଏକ ଆଗୁଆ ଅଂଚଳ ଭାବରେ ଗଢି ତୋଳିବା ପାଇଁ ମୋ ଉଦ୍ୟମ ଜାରି ରହିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାଭିମାନ ଅଂଚଳର ବିକାଶ କାମକୁ ଆଗେଇ ନେବାକୁ ମୁଁ ସେତେବେଳେ ସେତୁ ଯୋଜନାରେ ୧୦୦ କୋଟି ଟଙ୍କାର ବିଶେଷ ପ୍ୟାକେଜ ଘୋଷଣା କରିଥିଲି । ପରେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।
ଏଥିରେ ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା ସ୍ୱାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ମିଶନ ଶକ୍ତିର ମା ମାନଙ୍କ ପାଇଁ ଏକ୍ସପୋଜର ଭିଜିଟର ମଧ୍ୟ ବ୍ୟବସ୍ଥା କରାଯାଇଛି ।ସ୍ୱାଭିମାନ ଅଂଚଳରେ ଭଲ ହଳଦୀ ଚାଷ କରାଯାଏ । ଏହାର ମଧ୍ୟ ବହୁତ ଆଦର ରହିଛି । ଣୁ ସ୍ୱାଭିମାନ ଅଂଚଳରେ ଅଧିକ ହଳଦୀ ଚାଷ ସହିତ ପ୍ରକ୍ରିୟାକରଣ ଓ ବ୍ରାଂଡିଂ ପାଇଁ ପଦକ୍ଷେପ ନିଆଯାଇଛି ।
ବିଜୁଳି ସେବା ପାଇଁ ୩୩ ଙ୍ଘ ୧୧କେଭି ସବ ଷ୍ଟେସନ କାମ ଖୁବ ଶୀଘ୍ର ଶେଷ ହେବ ଏବଂ ୧୧ କେଭି ୩ ଫେଜ ଲାଇନ ସଂଯୋଗ ଦିଆଯିବ ।ଗାଁ ଗାଁ ରେ କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି ୭୮ କିମି ପିଚୁ ରାସ୍ତା ଓ ୭ଟି ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।
ଭଲ ପିଇବା ପାଣି ପାଇଁ ୨୦ କୋଟି ଟଙ୍କାରେ ଗୋଟିଏ ମେଗା ପାଇପ ୱାଟର ପ୍ରଜେକ୍ଟ ଆରମ୍ଭ ହୋଇଛି ଏବଂ ୨୫୦ଟି ନଳକୂପ କାମ ଶେଷ ହୋଇଛି ।୩୨ କୋଟି ଟଙ୍କା ଖର୍ଚ୍ଚରେ ଜଳସେଚନ ପାଇଁ ୪୩ଟି ଲିଫ୍ଟ ଇରିଗେସନ ପ୍ରକଳ୍ପ ଏବଂ ୪୧୯ଟି କ୍ଲଷ୍ଟର ଡିପ ବୋରୱେଲ କରାଯିବ । ଏହାଦ୍ୱାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ । ସ୍ୱାଭିମାନ ଅଂଚଳର ୮୨ଟି ଅଙ୍ଗନବାଡି କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପ କେନ୍ଦ୍ର କାମ ଚାଲିଛି ଏବଂ ଖୁବ ଶୀଘ୍ର ଏହା ଶେଷ ହେବ ବୋଲି ସେ କହିଛନ୍ତି ।