
ପୁରୀ– ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ଆଜି ମଧ୍ୟାହ୍ନରୁ ଆରମ୍ଭ ହୋଇଛି । ପରିଚାଳନା କମିଟିର ବୈଠକ ନୀଳାଦ୍ରୀ ଭକ୍ତ ନିବାସରେ ଆରମ୍ଭ ହୋଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ବୈଠକରେ ମୁଖ୍ୟତଃ ୨୦୨୦-୨୧ ର ଶ୍ରୀମନ୍ଦିରର ଆର୍ଥିକ ବଜେଟ୍ ଉପରେ ଆଲୋଚନା କରାଯାଉଛି । ଏହାସହ ନାଗାର୍ଜୁନ ବେଶର ଅଗ୍ରଗତି, ସେବାୟତ କଲ୍ୟାଣ ପାଣ୍ଠି, ଶ୍ରୀମନ୍ଦିରର ୮ ଦ୍ୱାର ରୂପା ଛାଉଣି, ରତ୍ନ ଭଣ୍ଡାରର ମରାମତି ଓ ଶ୍ରୀ ମନ୍ଦିର ଖୋଲିବା ସମ୍ପର୍କରେ ଆଲୋଚନା ହୋଇପାରେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂହ, ଏସପି ଅଖିଳେଶ୍ୱର ସିଂହ ଓ ପରିଚାଳନା କମିଟିରା ସଭ୍ୟମାନେ ଉପସ୍ଥିତ ରହିଛନ୍ତି ।