ଗଞ୍ଜାମ– ଗଞ୍ଜାମ ଜିଲ୍ଲାର ତିନୋଟି ବ୍ଲକରେ ୬୬ ଜଣ ପ୍ରଧାନଶିକ୍ଷକଙ୍କୁ ମିଳିଛି ପଦୋନ୍ନତି । ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏଥିପାଇଁ ଏକ ସ୍ୱତନ୍ତ୍ର କାଉନସିଲିଂ ବ୍ୟବସ୍ଥା ଗ୍ରହଣ କରାଯିବା ପରେ ସରକାରୀ ନିୟମ ପ୍ରକାରେ ଏଭଳି ପଦୋନ୍ନତି ଦିଆଯାଇଥିବା ଭଞ୍ଜନଗର ବିଇଓ ଏସ୍. ଧନଞ୍ଜୟ କହିଛନ୍ତି । ଏଥିରେ ଲେବଲ୍-୪ ଶିକ୍ଷକଙ୍କୁ ବରିଷ୍ଠ ପ୍ରଧାନ ଶିକ୍ଷକ ଭାବେ ପ୍ରାଥମିକ ବିଦ୍ୟାଳୟରେ ୬୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଲେବଲ୍ -୩ ର କିଛି ପ୍ରଧାନ ଶିକ୍ଷକଙ୍କୁ ଦିଆଯାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଭଞ୍ଜନଗର ବ୍ଲକର ୧୮ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ବେଳେ ୧୦ ଜଣ ଲେବଲ୍ -୩ କୁ ପଦୋନ୍ନତି ପାଇ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ବେଲଗୁଣ୍ଠା ବ୍ଲକ୍ ର ୮ ଜଣ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ପ୍ରଧାନଶିକ୍ଷକ ଭାବେ ସେ ପଦୋନ୍ନତି ପାଇଥିବା ବେଳେ ୯ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇଛନ୍ତି । ଜଗନ୍ନାଥ ପ୍ରସାଦ ବ୍ଲକ୍ ର ୧୧ ଜଣଙ୍କୁ ବରିଷ୍ଠତା ଭିତିରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଯୁକ୍ତି ମିଳିଥିବା ବେଳେ ୧୦ ଜଣ ପଦୋନ୍ନତି ପାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।