ମାଲକାନଗିରି- ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମା ଜଗତଜନନୀଙ୍କ ଆଗମନରେ ଆଜି ସପ୍ତମୀ ପୂଜା ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସେଥି ମଧ୍ୟରୁ ପାହାଡ଼ ଜଙ୍ଗଲ ଘେରା ଖଇରପୁଟ ବ୍ଲକ ସଦର ମହକୁମା ଠାରେ ଟିକେ ନିଆରା ଢଙ୍ଗରେ ମା ଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ମୁଖ୍ୟତଃ ଖଇରପୁଟର ମା ଲଷ୍ମୀ ବଜାର କମିଟି ଦ୍ୱାରା ମା ଜଗତଜନନୀଙ୍କ ପୂଜା କରାଯାଇଛି । ସ୍ଥାନୀୟ ବୟୋଜ୍ୟେଷ୍ଠ ଲୋକମାନେ କହିବା କଥା ଯେ ପୂର୍ବରୁ ଏହି ସ୍ଥାନ ବଣ ଜଙ୍ଗଲ ଥିବାରୁ ଏହି ସ୍ଥାନକୁ ବାଘ ଭାଲୁ ଓ ଜଙ୍ଗଲୀ ଜନ୍ତୁ ମାନେ ଆସନ୍ତି । କେଉଁ ଆବାହନ କାଳରୁ ସେମାନଙ୍କ ଦାଉରୁ ବଞ୍ଚିବା ପାଇଁ ମା ଙ୍କ ପୂଜା ଆରମ୍ଭ କରାଯାଇଥିଲା । ଏହି ଶାରଦୀୟ ପୂଜା ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଏମିତିକି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଭକ୍ତମାନେ ଦର୍ଶନ କରିବା ପାଇଁ ଆସୁଥିବା ଦେଖିବାକୁ ମିଳୁଛି ।
Related Stories
November 23, 2024