
ହରିଚନ୍ଦନପୁର- କେନ୍ଦୁଝର ଜିଲ୍ଲା ବନଖଣ୍ଡ ଦେଓଗାଁ ରେଞ୍ଜ ଅର୍ନ୍ତଗତ ଗଦୁଆଁ ବନବିଭାଗର ସଭାଗୃହରେ ଶନିବାର ଦିନ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଏସିଏଫ ପ୍ରଫୁଲ୍ଲ କୁମାର ମଲ୍ଲିକ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଓଗାଁ ରେଞ୍ଜ ଅଫିସର ସୁରେନ୍ଦ୍ର ହେମ୍ରମ, ହଦଗଡ ରେଞ୍ଜ ଅଫିସର ସୁମିତ୍ ମହାନ୍ତି , ଆନନ୍ଦପୁର ରେଞ୍ଜ ଅଫିସର ସୁମନ୍ ମାଝୀ, ବ୍ରାହ୍ମଣୀପାଳ ଡେପୁଟି ରେଞ୍ଜ ଅଫିସର ମାରସାଲ୍ କିସ୍କୋ, ଏଲଆଇ ଟାଙ୍ଗିରିଆପାଳ, ଏଥିସହ ସମସ୍ତ ଫରେଷ୍ଟର ଓ ଗାର୍ଡ, ଏଏଜୱାଇ କର୍ମଚାରୀ ଓ ୨୭ଜଣ ଭିଏସଏସ କର୍ମୀ ଉପସ୍ଥିତ ଥିଲେ ।
ଏହି ଉତ୍ସବର ମୂଳଲକ୍ଷ୍ୟ ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାରେ ବାସ କରୁଥିବା ବନ୍ୟପ୍ରାଣୀମାନଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।