
କନ୍ଧମାଳ– କନ୍ଧମାଳ ଜିଲ୍ଲାରେ ଆଜି ନୂଆ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଭର୍ଭି କରାଯାଇଛି । ସାମାନ୍ୟ ଆକ୍ରାନ୍ତ ମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୮୪୧ କୁ ବୃଦ୍ଧି ପାଇଛି ।
ସେହିପରି ଜିଲ୍ଲାରେ ଗତକାଲି ସୁଦ୍ଧା ସୁସ୍ଥ ସଂଖ୍ୟା ୫୭୧୯ ରହିଛି ଏବଂ ସକ୍ରିୟ ସଂଖ୍ୟା ୮୨ ରହିଛି । ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩ ରହିଛି ।