
ମଣ୍ଡି – ହିମାଚଳ ପ୍ରଦେଶର ଚଣ୍ଡିଗଡ – ମନାଲୀ ରାଷ୍ଟ୍ରୀୟ ରାଜପଥର ମଣ୍ଡି ନିକଟରେ ପୁଲ ଘରାଟ ପାଖରେ ଏକ ପିକ ଅପ ଭ୍ୟାନ ଅନିୟନ୍ତ୍ରିତ ହୋଇ ନଦୀରେ ପଡି ଯାଇଥିବାରୁ ସାତ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ସୋମବାର ଭୋର ତିନିଟାରେ ଘଟିଛି । ଏଥିରେ ବାହନ ଚାଳକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତି କରା ଯାଇଛି । ମୃତକ ମାନେ ବିହାରର ଶ୍ରମିକ ହୋଇଥିବା ଜଣା ପଡିଛି ।
ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସଦର ଥାନା ଏସଏଚଓ ବିନୋଦ କୁମାର ଠାକୁର ତାଙ୍କର ଟିମଙ୍କ ସହ ଦୁର୍ଘଟଣାସ୍ଥଳରେ ପହଂଚି ନଦୀରେ ପଡିଥିବା ଶବକୁ ଉଦ୍ଧାର କରିଥିଲେ ।