ଭଦ୍ରକ- ଧାମନଗରର କୋରକୋଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଲେଖକ ହେମେନ୍ଦ୍ରନାଥ ମହାନ୍ତିଙ୍କୁ ୨୦୧୯ ର ରାଜ୍ୟସ୍ତରୀୟ ମହାତ୍ମାଗାନ୍ଧି ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଛି । କଟକସ୍ଥିତ ମହାତ୍ମା ଗାନ୍ଧି ସ୍ମୃତି କମିଟି ପକ୍ଷରୁ କର୍ମବୀର ଗୌରୀ ଶଙ୍କର ଟାଉନ୍ହଲ୍ ଠାରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସଭାରେ ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିଉପଲକ୍ଷେ ଆୟୋଜିତ ସଭାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତି ଡ. ଅକ୍ଷୟ କୁମାର ମିଶ୍ର, ମୁଖ୍ୟ ଆୟକର କମିଶନର କବି ଶରତ କୁମାର ଦାଶ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜର ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଡଃ ସତ୍ୟନାରାୟଣ ରାଉତରାୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନ୍ଜୀବୀ ଶଶିଭୂଷଣ ଦାସ, ଶିକ୍ଷାବିତ୍ ତଥା ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ବିଜୟଲକ୍ଷ୍ମୀ ଦାଶ, କବୟିତ୍ରୀ ସୁଚେତା ମିଶ୍ର, ଶିକ୍ଷାବିତ୍ ସତ୍ୟାନନ୍ଦ ଦାସ ପ୍ରମୁଖ ଯୋଗଦେଇ ତାକୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସଂସଦର ବାର୍ଷିକ ପତ୍ରିକା ‘କଳ୍କୀ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ଏଠାରେ ପ୍ରକାଶ ଥାଉକି ଶିକ୍ଷକ ଶ୍ରୀ ମହାନ୍ତିଙ୍କ ଦ୍ୱାରା ୨ଟି ପୁସ୍ତକ ‘ଆମ ଧାମନଗର’ ଓ ‘ଗୁରୁଦେବ’ ଉନ୍ମୋଚିତ ହୋଇ ପାଠକୀୟ ସ୍ୱୀକୃତି ଲାଭ କରିଛି । ଯେଉଁଥିପାଇଁ ବିଭିନ୍ନ ଅନୁଷ୍ଠାନ ତଥା ସାଂସ୍କୃତିକ ସଂଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଖବର ପାଇ ଖୋର୍ଦ୍ଧା ଶିକ୍ଷା ଜିଲା ଅଧିକାରୀ ବୃନ୍ଦାବନ ଶତପଥୀ, ଧାମନଗର ତହସିଲଦାର ଦୁର୍ଗାଚରଣ ମୁର୍ମୁ, ତିର୍ତୋଲ ମଣ୍ଡଳ ଶିକ୍ଷାଧିକାରୀ ଧୀରେନ୍ଦ୍ରନାଥ ଦାସ, ବାଲିଗୁଡା ମଣ୍ଡଳ ଶିକ୍ଷାଧିକାରୀ ଚିତରଂଜନ ତ୍ରିପାଠୀ, ମହିଳା ଶିଶୁ ବିକାଶ ଅଧିକାରିଣୀ ନମିତା ଦାଶ, ପୂର୍ବତନ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ନିରଂଜନ କର, ରାମଚନ୍ଦ୍ର ସାହୁ, ଆଇନ୍ଜୀବୀ ଦେବାଶିଷ ସାମଲ, କାନ୍ତ ସାହିତ୍ୟ ପରିଷଦ ଧାମନଗର, ରାମଦୟା ପରିଷଦ ଧାମନଗର ତଥା ଆଂଚଳିକ ପୂଜ୍ୟପୂଜା ସଂସଦ ବନ୍ଧଟିଆର କର୍ମକର୍ତ୍ତାମାନେ ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Related Stories
November 24, 2024
November 24, 2024