
ମୁମ୍ବାଇ,କୋରୋନା କାରଣରୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ମହାରାଷ୍ଟ୍ରରେ ଧର୍ମାନୁଷ୍ଠାନ ଗୁଡ଼ିକ ଆଜିଠାରୁ ଖୋଲିଛି । ଦେବାଳୟ ସହିତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଛି ।
ଏହି ପରିପ୍ରେକ୍ଷୀରେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପହଂଚିଛନ୍ତି । ଶ୍ରଦ୍ଧାଳୁମାନେ ଦୀର୍ଘ ଦିନ ପରେ ଏଠାକୁ ଆସିପାରିଥିବାରୁ ଆନନ୍ଦ ଅନୁଭବ କରୁଛନ୍ତି ।