
ଉଲ୍ଲେଖନୀୟ ଯେ ବିହାର ବିଧାନସଭା ନିର୍ବାଚନର ଫଳାଫଳରେ ବିଜେପି ଏନଡିଏର ସବୁଠାର ବଡ଼ ଦଳ ଭାବେ ଉଭାହୋଇଛି । ବିଜେପି ତାରାକିଶୋର ପ୍ରସାଦଙ୍କୁ ଦଳର ବିଧାନମଣ୍ଡଳ ଦଳର ନେତା ଓ ରେଣୁ ବାଳାଙ୍କୁ ଉପନେତା ଭାବେ ଚୟନ କରିଛି । ଦିଲ୍ଲୀରୁ ପାଟଣା ପହଂଚି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏନଡିଏ ବିଧାୟକ ଦଳର ନେତାଙ୍କ ସହିତ ବିଜେପି ବିଧାୟକ ଦଳର ନେତା ଓ ଉପନେତା ନାମ ଚୟନ କରିଥିଲେ ।