ରାଉରକେଲା- ରାଜ୍ୟ ସରକାର ଲୋକଙ୍କୁ ସେବା ଯୋଗାଇବା ଲାଗି ବିଭିନ୍ନ ଉନ୍ନୟନମୂଳକ ଯୋଜନା ହାତକୁ ନେବା ସହ ଯୋଜନାର ତଦାରଖ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ଓ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ନେଇ କୌଣସି ଘଟଣା ସାମ୍ନାକୁ ଆସିଲେ ତାହା ଉପରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ରାଜ୍ୟରେ ସ୍ୱଚ୍ଛ ନିର୍ମଳ ଶାସନ ସର୍ବୋପରି ଲୋକଙ୍କ ସରକାର ଚାଲିଛି ବୋଲି ବାର୍ତା ଦେବାକୁ ଉଦ୍ୟମ କରାଯାଉଥିବା ବେଳେ ଲୋକଙ୍କ ଲାଗି ସରକାରଙ୍କର ମୁଖ୍ୟ ସୈନ୍ୟ ଭାବେ ସର୍ବଦା କାମ କରୁଥିବା ଭିଜିଲାନ୍ସ ବିଭାଗର ରାଉରକେଲା ଓ ସୁନ୍ଦରଗଡ ଅଫିସ ପୁରା ନୀରବ ହୋଇଯାଇଛି । ଏହାକୁ ନେଇ ସମ୍ବଲପୁର ଭିଜିଲାନ୍ସ ଏସପି ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି । ଏଭଳି ନୀରବତା କେବେ ଦେଖା ଯାଇନଥିବା ବେଳେ ବିଗତ ଏକ ବର୍ଷ ଧରି ଏଭଳି ଚାଲିଥିବା ଜଣାପଡିଛି ।
ରେକର୍ଡ଼ ଅନୁଶାରେ ରାଉରକେଲାରେ ୨ଜଣ ଅଫିସର ସାଙ୍ଗକୁ ଜଣେ ଡିଏସପି ରହିଛନ୍ତି । ବର୍ଷକୁ ଅନ୍ୟୁନ୍ୟ ଜଣକା ୫ରୁ ୭ଟି ଟ୍ରାପ କେଶ ସାଙ୍ଗକୁ ଆୟବର୍ହିିଭୁତ ସଂପତି ଠୁଳ ମାମଲା ଅର୍ଥାତ ଡିଏ କେଶ କରିବା କଥା । ସେ ହିସାବରେ ରାଉରକେଲାରେ ଅନ୍ୟୁନ୍ୟ ୨୧ଟି ମାମଲା ହେବା କଥା । ସେହିଭଳି ସୁନ୍ଦରଗଡରେ ଜଣେ ଅଫିସର ଓ ଜଣେ ଡିଏସପି ରହିଛନ୍ତି । ଏହି ହିସାବରେ ସେଠାରେ ମଧ୍ୟ ଗୋଟିଏ ବର୍ଷରେ ୧୪ଟି ମାମଲା ହେବା କଥା । ହେଲେ ରେକର୍ଡ କହୁଛି ସୁନ୍ଦରଗଡରେ ମାତ୍ର ୪ଟି ମାମଲା ହୋଇଥିବା ବେଳେ ରାଉରକେଲାରେ ହୋଇଛି ମାତ୍ର ୭ଟି ମାମଲା । ରାଉରକେଲା ଅଫିସ ବଣେଇ କୋଇଡା ଭଳି ଅଂଚଳ ସହ ରାଉରକେଲା ଦାୟୀତ୍ୱରେ ରହିଥିବା ବେଳେ ସୁନ୍ଦରଗଡ ଅଫିସ ଅଧିନରେ ରହିଛି ରାଜଗାଙ୍ଗପୁର ବଡଗାଁ ପ୍ରଭୃତି ଅଂଚଳ । ଏଠାରେ ଦୁଇ ଦୁଇଟି ଅଫିସ ଥିବା ବେଳେ ଲୋକେ ଭିଜିଲାନ୍ସ ସେଲ୍ ର ଅଫିସରେ ଯାଇ ଅଭିଯୋଗ କରୁଥିବାର ନଜିର୍ ରହିଛି । ଜିଲ୍ଲାରେ ବିଶେଷ କରି ପୌରପାଳିକା, ମହାନଗର ନିଗମ, ଜଙ୍ଗଲ ବିଭାଗ, ଖଣି ବିଭାଗ, ଡିଆରଡିଏ, ପୁର୍ତ ବିଭାଗ, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଆରଡି ବିଭାଗରେ ବ୍ୟାପକ ଦୁର୍ନିତୀ ଚାଲିଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ମାନ ହୋଇ ଚାଲିଥିବା ବେଳେ ବିଭିନ୍ନ ରାଜନୈ÷ତିକ ଦଳ ମାନେ ମାନେ ମଧ୍ୟ ଏସବୁକୁ ନେଇ ଆନ୍ଦୋଳନ କରୁଛନ୍ତି । ହେଲେ ଉଭୟ ସୁନ୍ଦରଗଡ ଓ ରାଉରକେଲା ଅଫିସ ଏନେଇ ପୁରା ଚୁପ୍ । ପଶ୍ଚିମାଂଚଳର ବଲାଙ୍ଗୀର ଠାରୁ ନେଇ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ତାର କାମ କରୁଥିବାବେଳେ ଏଠାରେ ଏଭଳି ସ୍ଥିତିକୁ ନେଇ ସମ୍ବଲପୁର ଏସପି ଭିଜିଲାନ୍ସ ଆର.ଏନ. ପ୍ରଧାନଙ୍କୁ ଯୋଗାଯୋଗ କରାଜିବାରୁ ସେ, ରାଉରକେଲା ଓ ସୁନ୍ଦରଗଡ ଅଫିସ କାମକୁ ନେଇ ଆଦୌ ସନ୍ତୋଷ ନୁହନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁନ୍ଦରଗଡ ବାବୁ ସବୁ ବେଳେ ଦେହ ଖରାପ କହୁଥିବା ବେଳେ ସେଠାରେ ଡିଏସପି ପଦବୀ ଖାଲି ପଡିଛି । ରାଉରକେଲାରେ ଜଣେ ଅଧିକାରୀ ଭିଜିଲାନ୍ସରେ ରହିବାକୁ ଚାହୁଁ ନଥିବାବେଳେ ଡିଏସପି ବିଭିନ୍ନ ଜିଲ୍ଲାର ପୁରୁଣା କାମକୁ ନେଇ ବ୍ୟସ୍ତ ରହୁଥିବା କହୁଛନ୍ତି । ତେଣୁ ଏସବୁ ଯାଗାରେ କାମ ହୋଇପାରୁ ନାହିଁ ବୋଲି ସେ କହିଛନ୍ତି । ଏ ବିଷୟରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ସାରିଛନ୍ତି ବୋଲି କହିଛନ୍ତି । ଏମିତିକି ଉପରିସ୍ଥ ଅଧିକାରୀ ମଧ୍ୟ ଏନେଇ ସନ୍ତୋଷ ନଥିବା ସେ କହିଛନ୍ତି । ଯଦି ତଳେ ଚାଲିଥିବା କାମରେ ଏସପି ଖୁସି ନୁହନ୍ତି । ଉପରିସ୍ଥ ଅଧିକାରୀ ସବୁ ଜାଣୁଛନ୍ତି । ହେଲେ ବିଭାଗର ମୁଖ୍ୟ ଏନେଇ ନୀରବ କାହିଁକି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ।
ସମୟ ଥିଲା ରାଉରକେଲା ଅଫିସ ସମ୍ବଲପୁର ଭିଜିଲାନ୍ସର ଅଧିକରୁ ଅଧିକ ମାମଲା କରି ରେକର୍ଡ ସୃଷ୍ଟି କରୁଥିଲା । ଡିଏସପି ମାନେ କିଭଳି ଏଠାରୁ ଯାଆନ୍ତୁ, ସେ ନେଇ ତ୍ରାହୀ ତ୍ରାହୀ ଡାକୁଥିଲେ ଦୁର୍ନିତୀ ଖୋର ଅଫିସର । ଲୋକେ ଭରଷା କରୁଥିଲେ ଭିଜିଲାନ୍ସ ଉପରେ । ହେଲେ ସେ ରେକର୍ଡ ଏବେ ଆଉ ନାହିଁ । ସରକାର ପୁଣି ଏହାକୁ ଏକ ଡିଭିଜନ କରିବାକୁ ଯାଉଥିବା କୁହାଯାଉଛି । ଯଦି ବର୍ତମାନ ଏଭଳି ଅବସ୍ଥା, ତେବେ ଡିଭିଜନ ହେଲେ କ’ଣ ଅଧିକ ହେବ ବୋଲି ସାଧାରଣରେ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Related Stories
November 24, 2024
November 24, 2024