“ମୋ ସରକାର” ମାଧ୍ୟମରେ ରାଜ୍ୟ ସରକାରଙ୍କ ତରଫରୁ ଆହ୍ୱାନ ଦିଆଯାଇଛି ଯେ ଜନ ସାଧାରଣ ହେଉଛନ୍ତି ଗଣତନ୍ତ୍ର ର ଆତ୍ମା। ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ,ଲୋକଙ୍କ ସେବା ଓ ଶଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି ।
ହେଲେ ଆଜି ଘଣାମଲ୍ଲ ସାହିର ବାସିନ୍ଦା ସୁବାଷ ଚନ୍ଦ୍ର ଆପଟ ଏବଂ ତାଙ୍କ ଝିଅ ମାୟାବତୀ ଆପଟ ଙ୍କ ଉପରେ ବିଦ୍ୟୁତ ବିଭାଗ ତରଫରୁ ହୋଇଥିବା ଅନ୍ୟାୟ ବିରୁଦ୍ଧରେ ବିଦ୍ୟୁତ ଅଫିସ ସମ୍ମୁଖରେ ନଖାଇ ଧାରଣାରେ ବସିଛନ୍ତି |କରୋନା ମହାମାରୀ ର ବିଷମ ପରିସ୍ଥିତି ସମୟରେ କନିଷ୍ଠ ଯନ୍ତ୍ରୀ ଙ୍କର ଏଭଳି ଜୁଲମ ତାହା ଭାରି କଷ୍ଟ ଦାୟକ |ଏହି ପ୍ରତିବାଦରେ ଆଜି ଅଫିସ ବାରଣ୍ଡାରେ ଇଲେକ୍ଟ୍ରି ସଂଯୋଗ ନିମନ୍ତେ ସକାଳୁ ପହରରୁ ୭0 ବର୍ଷ ର ବୁଢ଼ା ବାପା କୁ ଧରି ମହିଳା ଧାରଣାରେ ବସିଛନ୍ତି ।ସେ ଅଭିଯୋଗ କରିଛନ୍ତି ଯେ କରୋନା ମହାମାରୀ ଭଳି ସମୟରେ ରୋଜଗାର ନଥିବା ସହିତ ଆମେ ଖାଇବାକୁ ପାଉନଥିବାବେଳେ ସ୍ୱର୍ଗଦ୍ୱାର ବିଦ୍ୟୁତ ଡିଭିଜନର କନିଷ୍ଠ ଯନ୍ତ୍ରୀ ଙ୍କ ବିଚିତ୍ର ନ୍ଯାୟ |ମାଙ୍କଡ଼ ଲାଇନି ତାର ଛିଣ୍ଡାଇ ଦେବାରୁ ବିଦ୍ୟୁତ ସଂଯୋଗ ଦେବାପାଇଁ ଆମେ ଅନୁରୋଧ କରିଥିଲୁ |ସେ ସଂଯୋଗ କରିଦେବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ପରେ ବିଦ୍ୟୁତ ସଂଯୋଗ କରାଯାଇନଥିଲା |ପଚାରିବାରୁ ସେ ବକେୟ ୫ହଜାର ଟଙ୍କା ଦାବୀ କରିଛନ୍ତି ।ଗତ ୯ ମାସ ମଧ୍ୟରେ ୨୧000/-ଟଙ୍କା ପୈଠ କରିଥିବାରୁ ଏବେ ଆଉ ୫ହଜାର ଟଙ୍କା ପୈଠ କଷ୍ଟକର ହୋଇପଡିଛି |ବିଦ୍ୟୁତ ସଂଯୋଗ କରାଯାଇନଥିବାରୁ ଘରେ ଦୁଇଜଣ ଏବଂ ଅଫିସ ସମ୍ମୁଖରେ ଦୁଇଜଣ ନଖାଇ ବସିଛନ୍ତି |ପୁରୀ ଏଲେକ୍ଟ୍ରି ଡିଭିଜନ ଅଫିସ ର ଏଭଳି ଜୁଲମ ନିନ୍ଦନୀୟ ହେଲେ ବାବୁ ମାନଙ୍କ ନିଦ ଭାଙ୍ଗୁନି।
ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ବସି ରହିବେ।
Related Stories
November 23, 2024