
ନୂଆଦିଲ୍ଲୀ,ବିହାରରେ ଆଗାମୀ ସରକାର ଗଠନ କରିବା ପାଇଁ ଏନଡିଏର ବୈଠକ ରବିବାର ଅନୁଷ୍ଠିତ ହେବ । ୧୨ଟା ୩୦ରେ ଏନଡିଏ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଆଗାମୀ ଦିନ ପାଇଁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବ ।
ଉଲ୍ଲେଖନୀୟ ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି ଏବଂ ବିହାରର ୧୬ତମ ବିଧାନସଭା ଭଙ୍ଗ କରିବାକୁ ଅନୁରୋଧ କରିଛନ୍ତି । ରାଜ୍ୟପାଳ ଫାଗୁ ଚୌହାନ ନୀତୀଶ କୁମାରଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ଏବଂ ନୂଆ ସରକାର ଗଠନ ପର୍ଯ୍ୟନ୍ତ ପଦଭାରରେ ରହିବାକୁ କହିଛନ୍ତି । ନୀତୀଶ କୁମାର ବିହାରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ରହିବେ ।
ସୂଚନାଯାଗ୍ୟ, ବିହାର ନିର୍ବାଚନରେ ୨୪୩ଟି ଆସନରୁ ଏନଡିଏକୁ ୨୨୫ଟି ଆସନରେ ବିଜୟ ମିଳିଥିଲା ।