ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ସୁନ୍ଦରଗଡ ଓ ଖୋର୍ଧା ଜିଲ୍ଲାର ୪-୪ ଜଣ ଅଛନ୍ତି । ସେହିପରି ମୃତକଙ୍କ ମଧ୍ୟରେ ବରଗଡ ଓ ସମ୍ବଲପୁରରୁ ୩-୩ ଜଣ ତଥା ଢେଙ୍କାନାଳ କଳାହାଣ୍ଡି ଓ ବୌଦ୍ଧରୁ ଜଣେ ଜଣେ ଅଛନ୍ତି ।
ବରଗଡ ଜିଲ୍ଲାର ଜଣେ ୩୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ବରଗଡ ଜିଲ୍ଲାର ଜଣେ ୫୮ ବର୍ଷୀୟ କରୋନା ସଂକ୍ରମିତ ମହିଳା ମୃତ୍ୟୁବରଣ କରିଛନ୍ତି । ବରଗଡ ଜିଲ୍ଲାର ଜଣେ ୬୪ ବର୍ଷୀୟ ପୁୁରୁଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବୌଦ୍ଧ ଜିଲ୍ଲାର ଜଣେ ୧୨ ବର୍ଷୀୟା ବାଳିକାର କରୋନାରେ ମୃତ୍ୟୁ ଘଟିଛି । ଢେଙ୍କାନାଳର ଜଣେ ୫୦ ବର୍ଷୀୟ ପୁରୁଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଭୁବନେଶ୍ୱରର ଜଣେ ୬୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ୱରର ଜଣେ ୧୦୨ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି । ଭୁବନେଶ୍ୱରର ଜଣେ ୭୩ ବର୍ଷୀୟ ପୁୁରୁଷ ତଥା ଅନ୍ୟ ଜଣେ ୬୦ ବର୍ଷୀୟ ପୁରୁଷ ମଧ୍ୟ କରୋନାରେ ମୃତ୍ୟୁ ବରଣ କରିଛନ୍ତି ।
କଳାହାଣ୍ଡି ଜିଲ୍ଲାର ଜଣେ ୬୦ ବର୍ଷୀୟ ପୁରୁଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସମ୍ବଲପୁର ଜିଲ୍ଲାର ଜଣେ ୫୩ ବର୍ଷୀୟ ମହିଳା କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସମ୍ବଲପୁର ଜିଲ୍ଲାର ଜଣେ ୬୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ସମ୍ବଲପୁର ଜିଲ୍ଲାର ୫୮ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସୁନ୍ଦରଗଡ ଜିଲ୍ଲାର ୨୮ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସୁନ୍ଦରଗଡ ଜିଲ୍ଲାର ଜଣେ ୫୫ ବର୍ଷୀୟ ପୁରୁଷ, ଜଣେ ୩୬ ବର୍ଷୀୟ ପୁରୁଷ ତଥା ଅନ୍ୟ ଜଣେ ୭୯ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।