
କେନ୍ଦୁଝର– କୋଭିଡ଼୍ ଗାଇଡ଼୍ ଲାଇନକୁ ଅନୁପାଳନ କରି କେନ୍ଦୁଝର ସହରରେ ପାଳନ ହେଉଛି କାଳୀପୂଜା । ତିନୋଟି ମଣ୍ଡପରେ ମୂଣ୍ମୟୀ ମୂର୍ତିଙ୍କ ପୂଜା ଚାଲିଥିବା ବେଳେ ଗୋଟିଏ ସ୍ଥାନରେ ପୀଠରେ ପୂଜା ପାଉଛନ୍ତି ମା କାଳୀ । ସଂକ୍ରମଣକୁ ଦୃଷ୍ଟିରେ ଚଳିତ ବର୍ଷ କାଳୀ ପଡ଼ିଆରେ ମୀନା ବଜାର, ଯାତ୍ରା କିମ୍ବା ଦୋଳିର ଆୟୋଜନ କରାଯାଇନାହିଁ । ସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିଛି । ମୂର୍ତି ସବୁ ୪ ଫୁଟ୍ ଉଚ୍ଚତା ମଧ୍ୟରେ ନିର୍ମିତ ହୋଇଛି ।
ସେହିପରି ଭସାଣ ଉତ୍ସବକୁ ମଧ୍ୟ କୋଭିଡ଼୍ କଟକଣାକୁ ଅନୁପାଳନ କରି କରାଯିବା ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।