ଭଦ୍ରକ– ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଦେବୀପୀଠ ମା ଭଦ୍ରକାଳୀ ପୀଠରେ ଗତକାଲି ମଧ୍ୟ ରାତ୍ରରୁ ମାଙ୍କ ପୂଜା ନୀତି ଆରମ୍ଭ ହୋଇଛି । ଆଜି ମାଙ୍କ ମହାକାଳୀ ବେଶ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ଜାରୀ ହୋଇଥିବା ୧୪୪ କଟକଣା ପାଇଁ ଚଳିତ ବର୍ଷ ମାଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଂଚିତ ରହିଛନ୍ତି ଶ୍ରଦ୍ଧାଳୁ । ଆଜି ବିଳମ୍ବିତ ରାତିରେ ପ୍ରଶାସନିକ କଟକଣାକୁ ଅନୁପାଳନ କରି ଭସାଣି ଉତ୍ସବ ଅନୁଷ୍ଠିତ ହେବ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।