ଭଦ୍ରକ- ଶେଷରେ ଜନ୍ମକଲା ପିତା ମାତ୍ର ୧୫ ହଜାର ଟଙ୍କାରେ ନିଜ ନାବାଳିକା କନ୍ୟାକୁ ଉତ୍ତରପ୍ରଦେଶର ଦୁଇଜଣ ଯୁବକଙ୍କୁ ବିକ୍ରି କରିଥିବାର ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ଭଦ୍ରକରୁ ଯାଇଥିବା ଏହି କନ୍ୟା ସୋରୋ ରେଳଷ୍ଟେସନରୁ ଚମ୍ପଟ ମାରିଥିବାବେଳେ ତା ସହ ଥିବା ଉତ୍ତରପ୍ରଦେଶର ଦୁଇଜଣ ଯୁବକକୁ ପୁଲିସ୍ ଅଟକାଇ ତଦନ୍ତ କରୁଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାପଡେ ସୋରୋ ଲେବୁଲ କ୍ରସିଂ ଠାରେ ସନ୍ଦେହ ଜନକ ଭାବେ ଦୁଇଜଣ ଯୁବକ ଜଣେ ନାବାଳିକାକୁ ଧରି ଛିଡା ହୋଇଥିବାର ଦେଖି ସ୍ଥାନୀୟ ଲୋକେ ପଚରା ଉଚରା କରିଥିଲେ । ଏହି ଘଟଣାରେ ନାବାଳିକାଟି ଖସି ଯାଇଥିବାବେଳେ ଲୋକେ ଦୁଇ ଯୁବକଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚୁରା କରିବାରୁ ସେମାନେ ଉତରପ୍ରଦେଶର କାନପୁର ବାସିନ୍ଦା ବୋଲି କହିଥିଲେ । ଗତ ୩ଦିନ ତଳେ ସେମାନେ ଭଦ୍ରକ ଆନନ୍ଦବଜାର ଆସିଥିଲେ । ସେଠାରୁ ଜଣେ ମଧ୍ୟସ୍ଥି ଜରିଆରେ ନାବାଳିକାକୁ ଭଦ୍ରକ ଷ୍ଟେସନରୁ ଚାର ପିତାକୁ ୧୫ ହଜାର ଟଙ୍କା ଦେଇ କିଣିଥିଲେ । ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ନାବାଳିକାକୁ ଉତ୍ତରପ୍ରଦେଶ କାନପୁରରେ ବିବାହ କରିବାକୁ କହିଥିଲେ । ସ୍ଥାନୀୟ ଲୋକେ ଦୁଇ ଯୁବକକୁ ଅଟକ ରଖି ପୁଲିସ୍କୁ ହସ୍ତାନ୍ତର କରିଥିବାବେଳେ ନାବାଳିକାର ଖୋଜଖବର ମିଳିନାହିଁ ।
Related Stories
November 23, 2024